ପୁଲ୍‌ୱାମା-୨ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ସେନା ଉଡ଼ାଇଦେଲା ବିସ୍ଫୋରକ ଭର୍ତ୍ତି କାର୍‌

Advertisment

ପ୍ରଧାନମନ୍ତ୍ରୀଙ୍କୁ ଅବଗତ କଲେ ଏନ୍‌ଏସ୍‌ଏ

ପ୍ରଧାନମନ୍ତ୍ରୀଙ୍କୁ ଅବଗତ କଲେ ଏନ୍‌ଏସ୍‌ଏ

ପୁଲ୍‌ୱାମା-୨ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ସେନା ଉଡ଼ାଇଦେଲା ବିସ୍ଫୋରକ ଭର୍ତ୍ତି କାର୍‌

The Wire

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀ ଆଜି ଆତଙ୍କବାଦୀମାନଙ୍କ ଆକ୍ରମଣ ଷଡ଼ଯନ୍ତ୍ରକୁ ପଣ୍ଡ କରିଦେଇଛି। ସୁରକ୍ଷାବାହିନୀ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ରହିଥିବା ୫୦ କିଲୋ ଶକ୍ତିଶାଳୀ ବିସ୍ଫୋରକ ଭର୍ତ୍ତି ସାଣ୍ଟ୍ରୋ କାର୍‌କୁ ସେନା ଜବତ କରିବା ସହ ଏହାକୁ ଉଡ଼ାଇ ଦେଇଛି। ୨୦୧୯ରେ ପୁଲୱାମାରେ ସିଆର୍‌ପିଏଫ ଉପରେ ଯେଭଳି ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଠିକ୍‌ ସେହି ଢାଞ୍ଚାରେ ଆକ୍ରମଣ ପାଇଁ ଆତଙ୍କବାଦୀମାନେ ସେମାନଙ୍କ ଷଡ଼୍‌ଯନ୍ତ୍ରକୁ ଚୂଡ଼ାନ୍ତ ରୂପ ଦେଇଥିଲେ। ତେବେ ଠିକ୍‌ ସମୟରେ ଗୁଇନ୍ଦା ସୂତ୍ରରୁ ଖବର ପାଇଁ ସେନା ଏହି ଷଡ଼୍‌ଯନ୍ତ୍ରକୁ ପଣ୍ଡ କରି ‌ଦେଇଛି।

ସେନାର ଏହି ସଫଳତା ସଂପର୍କରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଇଛନ୍ତି। ଦକ୍ଷିଣ କାଶ୍ମୀରରେ ସୁରକ୍ଷା ବାହିନୀ ହିଜ୍‌ବୁଲ ଆତଙ୍କବାଦୀ ସଂଗଠନର ଶୀର୍ଷ କମାଣ୍ଡରମାନଙ୍କୁ ନିପାତ କରିଥିବାରୁ ଏହାର ପ୍ରତିଶୋଧ ନେବାପାଇଁ ଆତଙ୍କବାଦୀମାନେ ଏହି ଷଡ଼୍‌ଯନ୍ତ୍ର ରଚିଥିଲେ। ବିସ୍ଫୋରକ ଭର୍ତ୍ତି ଏକ କାର୍‌ ସଂପର୍କରେ ଗୁଇନ୍ଦା ସୂତ୍ରରୁ ଖବର ପାଇଁ ବ୍ୟାପକ ତଲାସୀ ଅଭିଯାନ ଚାଲିଥିଲା ଏବଂ ଆଜି ଭୋର୍‌ ସମୟରେ ଏହି କାର୍‌କୁ ରାଜପୋରାରେ ଠାବ କରାଯାଇଥିଲା। ତେବେ ଅନ୍ଧାରର ସୁଯୋଗ ନେଇ ଏହି କାର୍‌ରେ ଥିବା କେତେକ ଆତଙ୍କବାଦୀ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି। ସିଆର୍‌ପିଏଫ୍‌, ସେନା, ପୁଲିସର ମିଳିତ ଟିମ୍‌ କାର୍‌କୁ ଜବତ କରିବାକୁ ସକ୍ଷମ ହୋଇଥିଲା । କାର୍‌ରେ ଏକ ଡ୍ରମ୍‌ରେ ୫୦ କିଲୋ ଆଇଇଡି ଅଣାଯାଇଥିଲା। ବୋମା ନିଷ୍କ୍ରିୟକାରୀ ସ୍କ୍ବାର୍ଡ‌୍ ସହାୟତାରେ ଆଜି ଏହାକୁ ବିସ୍ଫୋରଣ କରି ଉଡ଼ାଇ ଦିଆଯାଇଛି। ପୁଲୱାମାରେ ୨୦୧୯ରେ ଆତଙ୍କବାଦୀମାନଙ୍କ ଏକ ବିସ୍ଫୋରକ ବୋଝେଇ କାର୍‌ ବିସ୍ଫୋରଣରେ ପ୍ରାୟ ୪୦ ଜଣ ଯବାନ ସହିଦ ହୋଇଥିଲେ। ଆଜିର ଏ ଘଟଣା ପରେ ସେ ଅଞ୍ଚଳରେ ବ୍ୟାପକ ତଲାସୀ ଅଭିଯାନ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe