ବାହା ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

Advertisment
ବାହା ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଆଜି ବିବାହ କରିବେ। ଚଣ୍ଡିଗଡ଼ ସ୍ଥିତ ନିଜ ବାସଭବନରେ ମାନ୍‌ଙ୍କ ବିବାହ ଉତ୍ସବର ଆୟୋଜନ କରାଯାଇଛି। ୪୮ ବର୍ଷୀୟ ମାନ୍‌ ତାଙ୍କଠାରୁ ୧୬ ବର୍ଷ ଛୋଟ ଡ. ଗୁରପ୍ରୀତ କୌରଙ୍କୁ ବିବାହ କରିବେ। ବିବାହ ଉତ୍ସବରେ କେବଳ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗ ଦେବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିବାହ ଉତ୍ସବରେ ଯୋଗ ଦେବେ।

ମାନ୍‌ଙ୍କର ଏହା ଦ୍ବିତୀୟ ବିବାହ। ୬ ବର୍ଷ ପୂର୍ବେ ମାନ୍‌ଙ୍କର ଛାଡ଼ପତ୍ର ହୋଇସାରିଛି। ମାନ୍‌ ଏବଂ ତାଙ୍କ ପ୍ରଥମ ପତ୍ନୀ ଇନ୍ଦରପ୍ରୀତ କୌର ୨୦୧୫ ମାର୍ଚ୍ଚରେ ଛାଡ଼ପତ୍ର ପାଇଁ ମୋହାଲି କୋର୍ଟରେ ଆବେଦନ କରିଥିଲେ। ଇନ୍ଦରପ୍ରୀତ କୌର ଏବଂ ତାଙ୍କ ୨ ପିଲା ଦିଲଶାନ ଏବଂ ସିରତ ଏବେ ଆମେରିକାରେ ରହୁଛନ୍ତି।

ମାନ୍‌ଙ୍କ ବିବାହ ଉତ୍ସବ ନିରାଡ଼ମ୍ବର ହେବ। ବିବାହରେ ସରକାରୀ ଅର୍ଥ ପ୍ରୟୋଗ ହେବନାହି ଏବଂ ମାନ୍‌ ନିଜେ ବିବାହର ସବୁ ଖର୍ଚ୍ଚ ବହନ କରୁଛନ୍ତି। ଡ. ଗୁରପ୍ରୀତ କୌର ହରିୟାଣା କୁରୁ‌‌କ୍ଷେତ୍ର ଜିଲ୍ଲା ବାସିନ୍ଦା ଏବଂ ସେ ଏକ ସାଧାରଣ ପରିବାରର ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe