ପଞ୍ଜାବ କଂଗ୍ରେସ କନ୍ଦଳ ଚରମରେ, ସିଦ୍ଧୁ କ୍ଷମା ପ୍ରାର୍ଥନା କରିବାକୁ ସର୍ତ୍ତ ରଖିଲେ ଅମରିନ୍ଦର

Advertisment

ମନ୍ତ୍ରୀ, ବିଧାୟକଙ୍କୁ ଭେଟିଲେ ସିଦ୍ଧୁ, ଅମରିନ୍ଦରଙ୍କୁ ମନାଇବା ପାଇଁ ରାୱତଙ୍କ ପ୍ରୟାସ

ମନ୍ତ୍ରୀ, ବିଧାୟକଙ୍କୁ ଭେଟିଲେ ସିଦ୍ଧୁ, ଅମରିନ୍ଦରଙ୍କୁ ମନାଇବା ପାଇଁ ରାୱତଙ୍କ ପ୍ରୟାସ

ପଞ୍ଜାବ କଂଗ୍ରେସ କନ୍ଦଳ ଚରମରେ, ସିଦ୍ଧୁ କ୍ଷମା ପ୍ରାର୍ଥନା କରିବାକୁ ସର୍ତ୍ତ ରଖିଲେ ଅମରିନ୍ଦର

ଚଣ୍ଡିଗଡ଼: ପଂଜାବ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ପୂର୍ବତନ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା କନ୍ଦଳ ଏବେ ଚରମ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଅମରିନ୍ଦର କହିଛନ୍ତି ଯେ ସିଦ୍ଧୁଙ୍କ ସହିତ କୌଣସି ପ୍ରକାର ବୈଠକ ସେ କରିବେ ନାହିଁ। ପୂର୍ବରୁ ସିଦ୍ଧୁ ଅମରିନ୍ଦରଙ୍କୁ ଟାର୍ଗେଟ୍‌ କରି ଯେଉଁସବୁ ଟ୍ବିଟ୍‌ କରିଥିଲେ ସେଥିପାଇଁ ସାର୍ବଜନୀନ ଭାବେ କ୍ଷମା ପ୍ରାର୍ଥନା କଲେ ହିଁ ସେ ସିଦ୍ଧୁଙ୍କୁ ଭେଟିବେ ବୋଲି ଅମରିନ୍ଦର ଆଜି ଶୁଣାଇ ଦେଇଛନ୍ତି। ତେବେ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ଏ ବାବଦରେ ଯେଉଁ ନିଷ୍ପତ୍ତି ନେବେ ସେ ତାହା ଗ୍ରହଣ କରିବେ ବୋଲି ଅମରିନ୍ଦର କହିଛନ୍ତି। ଅନ୍ୟପକ୍ଷରେ ଅମରିନ୍ଦର ସିଦ୍ଧୁଙ୍କ ବିରୋଧରେ ଦିନକୁ ଦିନ ତାଙ୍କ ଆଭିମୁଖ୍ୟ କଠୋର କରୁଥିବାରୁ ଦଳର ଚିନ୍ତା ବଢ଼ିଛି। ଆଜି ଅମରିନ୍ଦରଙ୍କୁ ମନାଇବା ପାଇଁ ଦଳର ପଂଜାବ ପ୍ରଭାରୀ ହରିଶ ରାୱତ ତାଙ୍କ ସହ ପ୍ରାୟ ଦେଢ଼ ଘଣ୍ଟା ଆଲୋଚନା କରି ଦିଲ୍ଲୀ ଫେରିଛନ୍ତି। ଖୁବ୍‌ଶୀଘ୍ର ସମାଧାନର ରାସ୍ତା ବାହାରିବ ବୋଲି ରାୱତ ଟ୍ବିଟ୍‌ କରି କହିଛନ୍ତି।

ଅନ୍ୟପକ୍ଷରେ ସିଦ୍ଧୁଙ୍କୁ ରାଜ୍ୟ କଂଗ୍ରେସ ମୁଖ୍ୟ ଭାବେ ଆନୁଷ୍ଠାନିକ ଘୋଷଣା ପୂର୍ବରୁ ତାଙ୍କ ସମର୍ଥକମାନେ ମିଠାଇ ବାଣ୍ଟି ଖୁସି ମନାଇଛନ୍ତି। ସିଦ୍ଧୁ ମଧ୍ୟ ଚିଣ୍ଡିଗଡ଼ ଯାଇ ସେଠାରେ କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ଦଳୀୟ ବିଧାୟକଙ୍କୁ ଭେଟିଛନ୍ତି । ଯେଉଁମାନେ ଅମରିନ୍ଦରଙ୍କ ସହ ଅତି ଘନିଷ୍ଠ ସେମାନଙ୍କୁ ମଧ୍ୟ ଭେଟି ସିଦ୍ଧୁ ସମର୍ଥନ ଲୋଡ଼ିଛନ୍ତି। ଗତକାଲି ସିଦ୍ଧୁ ସୋନିଆଙ୍କୁ ଭେଟି ଆଲୋଚନା କରିଥିଲେ ଏବଂ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସ ମୁଖ୍ୟ କରିବା ଲାଗି ସୋନିଆ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଖୁବ୍‌ଶୀଘ୍ର ଔପଚାରିକ ଘୋଷଣା ହେବ ବୋଲି ସିଦ୍ଧୁଙ୍କ ସହ ଘନିଷ୍ଠ ଜଣେ ନେତାଙ୍କ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe