‘ଅପରେସନ୍ ସିନ୍ଦୂର’ ନାମ ପଛର କାରଣ

Advertisment

ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ଆକ୍ରମଣର ବିଧବାମାନଙ୍କୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନ ଓ ପାକ୍-ଅଧିକୃତ କାଶ୍ମୀର (ପିଓକେ)ରେ ହୋଇଥିବା ସଦ୍ୟତମ ସାମରିକ କାର୍ଯ୍ୟାନୁଷ୍ଠାନକୁ....

ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ଆକ୍ରମଣର ବିଧବାମାନଙ୍କୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନ ଓ ପାକ୍-ଅଧିକୃତ କାଶ୍ମୀର (ପିଓକେ)ରେ ହୋଇଥିବା ସଦ୍ୟତମ ସାମରିକ କାର୍ଯ୍ୟାନୁଷ୍ଠାନକୁ....

EW

ନୂଆଦିଲ୍ଲୀ: ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ଆକ୍ରମଣର ବିଧବାମାନଙ୍କୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନ ଓ ପାକ୍-ଅଧିକୃତ କାଶ୍ମୀର (ପିଓକେ)ରେ ହୋଇଥିବା ସଦ୍ୟତମ ସାମରିକ କାର୍ଯ୍ୟାନୁଷ୍ଠାନକୁ ‘ଅପରେସନ୍ ସିନ୍ଦୂର’ ନାମରେ ନାମିତ କରିଛନ୍ତି। ସିନ୍ଦୂର ହେଉଛି ସଧବା ହିନ୍ଦୁ ମହିଳାମାନଙ୍କ ଭୂଷଣ, ଯାହାକୁ ସେମାନେ ମଥାରେ ଧାରଣ କରିଥାନ୍ତି। ପହଲଗାମରେ ଆତଙ୍କବାଦୀମାନେ ବାଛି ବାଛି ହିନ୍ଦୁ ଓ ପୁରୁଷ ଲୋକମାନଙ୍କୁ ହତ୍ୟା କରିବା ଫଳରେ ଅନେକ ମହିଳାଙ୍କ ମଥାରୁ ସିନ୍ଦୂର ପୋଛି ହୋଇଯାଇଛି।

ସେମାନଙ୍କ ସମ୍ମାନାର୍ଥେ ଓ ସେମାନଙ୍କ ସିନ୍ଦୂରର ପ୍ରତିଶୋଧ ନେବା ପାଇଁ ଏହି ଅପରେସନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଏହାକୁ ଅପରେସନ ସିନ୍ଦୂର ନାମକରଣ କରିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା କର୍ଣ୍ଣାଟକ ବାସିନ୍ଦା ମଞ୍ଜୁନାଥ ରାଓଙ୍କ ମା’  କେନ୍ଦ୍ର ସରକାରଙ୍କ ଅପରେସନ ସିନ୍ଦୂର ନାମକୁ ସମର୍ଥନ କରିବା ସହ ଏହା ଉପଯୁକ୍ତ ପ୍ରତିକ୍ରିୟା ବୋଲି କହିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଆଡ଼ାଗୁଡ଼ିକୁ ଟାର୍ଗେଟ କରି ହୋଇଥିବା ନିର୍ଣ୍ଣାୟକ ଏୟାର ଷ୍ଟ୍ରାଇକ୍ ଉପରେ ଆସ୍ଥା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe