Image Courtesy of India Today
ନୂଆଦିଲ୍ଲୀ : କଂଗ୍ରେସରେ ଆମୂଳଚୂଳ ସାଂଗଠନିକ ପରିବର୍ତ୍ତନ ଦାବି କରି ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଗତ ଅଗଷ୍ଟରେ ଚିଠି ଲେଖିଥିବା କିଛି ଅସନ୍ତୁଷ୍ଟ ନେତା ଶେଷରେ ତାଙ୍କୁ ସାକ୍ଷାତ କରିବେ। ଆସନ୍ତା ଶନିବାର ଦିନ ଅସନ୍ତୁଷ୍ଟ ନେତାମାନେ ସୋନିଆଙ୍କ ସହ ଏକ ବୈଠକରେ ଯୋଗ ଦେବେ। ପୂର୍ବରୁ କଂଗ୍ରେସରେ ସାଂଗଠନିକ ପରିବର୍ତ୍ତନ ଦାବି କରି ୨୩ ଜଣ ବରିଷ୍ଠ ନେତା ସୋନିଆଙ୍କ ପାଖକୁ ଚିଠି ଲେଖିଥିଲେ ମଧ୍ୟ ମାତ୍ର ୫ରୁ ୬ ଜଣ ନେତା ବୈଠକରେ ଯୋଗ ଦେବେ। ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଏହି ବୈଠକର ଦାୟିତ୍ବ ନେଇଥିବା ଜଣାପଡ଼ିଛି। ତେବେ ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୋଗ ଦେବେ କି ନା’ ତାହା ଜଣାପଡ଼ିନି। ଚିଠି ଲେଖିନଥିବା କିଛି ବରିଷ୍ଠ ନେତା ମଧ୍ୟ ଏହି ବୈଠକରେ ଯୋଗ ଦେବେ ବୋଲି ଜଣାପଡ଼ିଛି।
Follow Us