ପଂଜଶୀର ବିଦ୍ରୋହୀ ପୁଣି ଫେରିଲେ: ତାଲିବାନର ବିଜୟ ଦାବିକୁ ପ୍ରତ୍ୟାଖ୍ୟାନ, ସ୍ଥିତି ଜଟିଳ ଥିବା ସ୍ବୀକାର କଲେ ଅମରୁଲ୍ଲା

Advertisment
ପଂଜଶୀର ବିଦ୍ରୋହୀ ପୁଣି ଫେରିଲେ: ତାଲିବାନର ବିଜୟ ଦାବିକୁ ପ୍ରତ୍ୟାଖ୍ୟାନ, ସ୍ଥିତି ଜଟିଳ ଥିବା ସ୍ବୀକାର କଲେ ଅମରୁଲ୍ଲା

କାବୁଲ: ଆଫଗାନିସ୍ତାନର ପଂଜଶୀରକୁ ତାଲିବାନ ଦଖଲ କରିନେଇଥିବା ଗତକାଲି ଘୋଷଣା କରିଥିଲା। ପଂଜଶୀର ପ୍ରଦେଶର ସମସ୍ତ ପ୍ରମୁଖ ଅଂଚଳକୁ ତାଲିବାନ ଦଖଲ କରିବା ସହ ବିଦ୍ରୋହୀମାନେ ଛତ୍ରଭଙ୍ଗ ଦେଇ ପଳାଇଥିବା ଦାବି କରିଥିଲା। ତେବେ ଆଜି ଏହି ଦାବିକୁ ଭୁଲ୍‌ ପ୍ରମାଣିତ କରି ବିଦ୍ରୋହୀମାନେ ହଜାର ହଜାର ସଂଖ୍ୟାରେ ତାଲିବାନର ମୁକାବିଲା ପାଇଁ ଫେରିଛନ୍ତି ଏବଂ ସଂଘର୍ଷ ଜାରି ରହିଛି । ସୂଚନା ଅନୁଯାୟୀ, ତାଲିବାନ ନୂଆ ସରକାର ଗଠନ କରିବା ପୂର୍ବରୁ ପଂଜଶୀର ପ୍ରଦେଶକୁ ପୂର୍ଣ୍ଣ ନିୟନ୍ତ୍ରଣରେ ରଖିବାକୁ ଚାହୁଛି। ତେବେ ବିଦ୍ରୋହୀ ବାହିନୀ ଏନ୍ଆରଏଫ୍‌ (ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ‌୍)କୁ ସଂପୂର୍ଣ୍ଣ ମୂଳପୋଛ କରିବା ଏତେ ସହଜ ନୁହେଁ।

ଏହି ବାହିନୀରେ ପ୍ରୟ ୧୫ ହଜାର ସଦସ୍ୟ ଥିବାରୁ ତାଲିବାନ କେବଳ ପଂଜଶୀରର କିଛି ଅଂଚଳକୁ ନିଜ ନିୟନ୍ତ୍ରଣରେ ରଖିଦେଲେ ପରିସ୍ଥିତି ବଦଳିଯିବ ନାହିଁ ବୋଲି ଜଣାପଡ଼ିଛି। ତାଲିବାନ ଗତକାଲିଠାରୁ ଏହି ଉପତ୍ୟକାରେ ବିପୁଳ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିବା ସହ ଅଧିକ ଯୋଦ୍ଧାଙ୍କୁ ପଠାଇଛି। ଅନ୍ୟପକ୍ଷେ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସଲେହ ପଂଜଶୀରରେ ସ୍ଥିତି ଖୁବ୍‌ ଜଟିଳ ଥିବା ସ୍ବୀକାର କରିଛନ୍ତି। ସଲେହ ଆଜି ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ଆମେ ଆକ୍ରମଣର ସାମ୍ନା କରୁଛୁ। ବିଦ୍ରୋହ ଜାରି ରହିଛି ଏବଂ ଆଗକୁ ବି ଜାରି ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe