ରେକର୍ଡ ଭାଙ୍ଗିଲା ଆମେରିକା, ଦିନକରେ ୫୨ ହଜାର ଆକ୍ରାନ୍ତ

ବିଶ୍ବରେ ଦିନକରେ ୧ ଲକ୍ଷ ୯୫ ହଜାରରୁ ଅଧିକ, ବ୍ରାଜିଲ୍‌ ମୃତ୍ୟୁସଂଖ୍ୟା ୬୦ ହଜାର ଟପିଲା

ବିଶ୍ବରେ ‌କରୋନା ସଂକ୍ରମଣ ଲଗାତାର କମୁଛି: ‘ହୁ’ ୨ ମାସରେ ସବୁଠୁ କମ୍‌ ସଂକ୍ରମଣ

FREE NEWS

ନୂଆଦିଲ୍ଲୀ: ଆମେରିକା ଦୈନିକ ସଂକ୍ରମଣ ମାମଲାରେ ସବୁ ରେକର୍ଡ ଭାଙ୍ଗି ଦେଇଛି। ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ନୂଆ ସଂକ୍ରମଣ ମାମଲା ଦେଶ ପାଇଁ ଚିନ୍ତା ବଢ଼ାଇଛି। ସଂକ୍ରମଣ ବଢ଼ିବାରୁ ଆମେରିକାରେ କାଲିଫର୍ଣ୍ଣିଆଠାରୁ ଆରମ୍ଭ କରି ଫ୍ଲୋରିଡା ପର୍ଯ୍ୟନ୍ତ ସବୁ ରେସ୍ତୋରାଁ,ବାର୍‌ ଏବଂ ବିଚ୍‌ ବନ୍ଦ ରହିଛି। କଟକଣା ପୁଣି କଡ଼ାକଡ଼ି କରାଯାଇଛି। ଆମେରିକାରେ ମୋଟ୍‌ ସଂକ୍ରମଣ ମାମଲା ୨୭ ଲକ୍ଷ ୮୦ ହଜାର ଟପିଯାଇଛି ଏବଂ ୧ ଲକ୍ଷ ୩୦ ହଜାରରୁ ଅଧିକଙ୍କ ମୃତ୍ୟୁ ହୋଇଛି।

ଆମେରିକାରେ କାଲିଫର୍ନିଆ, ଟେକ୍ସାସ୍‌ ଏବଂ ଫ୍ଲୋରିଡ଼ାରେ ଜୁନ୍‌ ମାସରେ ସଂକ୍ରମଣ ଦ୍ବିଗୁଣା ହୋଇଛି। କେବଳ ଆମେରିକା ନୁହେଁ ସମଗ୍ର ବିଶ୍ବରେ ଲଗାତାର ସଂକ୍ରମଣ ବଢ଼ିଚାଲିଛି। ଗତକାଲି ବିଶ୍ବରେ ସର୍ବାଧିକ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଥିଲା। ୱାର୍ଲ୍ଡମିଟର ତଥ୍ୟ ଅନୁଯାୟୀ ଗତକାଲି ଗୋଟିଏ ଦିନରେ ସମଗ୍ର ବିଶ୍ବରେ ସର୍ବାଧିକ ୧ ଲକ୍ଷ ୯୫ ହଜାର ୮୪୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ବ୍ରାଜିଲ୍‌ରେ ମୃତ୍ୟୁସଂଖ୍ୟା ୬୦ ହଜାର ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ବ୍ରାଜିଲ୍‌ରେ ୧ ହଜାରରୁ ଅଧିକଙ୍କ କରୋନାରେ ମୃତ୍ୟୁ ହୋଇଛି। ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ବ୍ରାଜିଲ୍‌ରେ ଉଭୟ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ବ୍ରାଜିଲ୍‌ରେ ୪୬ ହଜାରରୁ ଅଧିକ ନୂଆ ମାମଲା ସହ ମୋଟ୍‌ ମାମଲା ୧୪ ଲକ୍ଷ ୫୩ ହଜାର ଟପିଯାଇଛି। ସେପଟେ ରୁଷ୍‌ରେ ମଧ୍ୟ ସଂକ୍ରମଣ ମାମଲା ୬ ଲକ୍ଷ ୬୦ ହଜାର ଟପିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe