ଦେଶରେ ଆରୋଗ୍ୟ ହାର ୨୧.୭୧%କୁ ବୃଦ୍ଧି, ୨୪ ଘଣ୍ଟାରେ ୧୩୯୬ ନୂଆ ମାମଲା

୧୬ ଜିଲ୍ଲାରେ ୨୮ ଦିନ ହେଲା କୌଣସି ନୂଆ ମାମଲା ନାହିଁ

ଦେଶରେ ଆରୋଗ୍ୟ ହାର ୨୧.୭୧%କୁ ବୃଦ୍ଧି, ୨୪ ଘଣ୍ଟାରେ ୧୩୯୬ ନୂଆ ମାମଲା

Livemint

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ର ସୁଫଳ ଏବେ ଦେଖିବାକୁ ମିଳିଛି । ବିଗତ ୧୪ ଦିନରେ ୮୫ ଜିଲ୍ଲାରେ କରୋନା ଭାଇରସ୍‌ର କୌଣସି ନୂଆ ମାମଲା ସାମ୍ନାକୁ ଆସିନଥିବା ବେଳେ ୧୬ଟି ଜିଲ୍ଲାରେ ୨୮ ଦିନ ହେଲା କୌଣସି ନୂଆ ମାମଲା ନାହିଁ। ପୂର୍ବରୁ ଏହି ଜିଲ୍ଲାଗୁଡ଼ିକରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ସହିତ ଦେଶରେ କରୋନା ରୋଗୀଙ୍କ ଆରୋଗ୍ୟ ହାର ମଧ୍ୟ ବୃଦ୍ଧିପାଇଛି ଏବଂ ଆଜି ଏହା ୨୧.୭୧ ପ୍ରତିଶତ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮,୩୮୦ରେ ପହଞ୍ଚିଛି। ସେଥିରୁ ୨୧୧୨୩ ସକ୍ରିୟ ମାମଲା ଥିବା ବେଳେ ୬୩୬୨ ଜଣ କରୋନାରୁ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩୯୬ଟି ନୂଆ କରୋନା ଆକ୍ରାନ୍ତ ମାମଲା ସାମ୍ନାକୁ ଆସିଥିବା ବେଳେ ୩୮୧ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି। ଦେଶର ସମସ୍ତ ରେଡ୍‌ ଏବଂ ଅଂରେଜ୍‌ ଜୋନ୍‌ରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଉଛି। ଦେଶରେ ୮୦ ପ୍ରତିଶତ ମଣ୍ଡି ସଂଚାଳନ କାର୍ଯ୍ୟ ଆରମ୍ଭ ହୋଇଯାଇଛି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥାଗୁଡ଼ିକ ଯଥାରୀତି କାମ ଆରମ୍ଭ କରିଛନ୍ତି। କୃଷକଙ୍କ ପାଇଁ କ୍ରୟ ବିକ୍ରୟ କରିବା କାର୍ଯ୍ୟରେ ଅନେକ ସୁବିଧା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe