ଭାରତୀୟ ରେଳବାଇର ଅପୂର୍ବ କରାମତି, ବିଶ୍ବର ଉଚ୍ଚତମ ରେଳପୋଲର ଆର୍କ ନିର୍ମାଣ ସରିଲା

Advertisment
ଭାରତୀୟ ରେଳବାଇର ଅପୂର୍ବ କରାମତି, ବିଶ୍ବର ଉଚ୍ଚତମ ରେଳପୋଲର ଆର୍କ ନିର୍ମାଣ ସରିଲା

ଶ୍ରୀନଗର: ଭାରତୀୟ ରେଳବାଇ ସୋମବାର ଏକ ବିରଳ କାରିଗରୀ କୌଶଳ ପାଇଁ ଅପୂର୍ବ ଗୌରବ ହାସଲ କରିଛି। ଜାମ୍ମୁକାଶ୍ମୀରର ରିଆସି ଜିଲ୍ଲାରେ ଚେନାବ ନଦୀ ଉପରେ ନିର୍ମାଣାଧୀନ ବିଶ୍ବର ଉଚ୍ଚତମ ରେଳପୋଲ ପାଇଁ ଉଦ୍ଦିଷ୍ଟ ବୃତ୍ତଖଣ୍ଡୀୟ (ଆର୍କ)ଲୌହସ୍ଥାପନାର ୫.୬ ମିଟର ଲମ୍ବର ଶେଷ ଖଣ୍ଡକୁ ସର୍ବୋଚ୍ଚ ସ୍ଥାନରେ ଖଞ୍ଜାଯାଇଛି। ସୂଚନା ଥାଉ କି, ଫ୍ରାନ୍ସ ରାଜଧାନୀ ପ୍ୟାରିସ ସ୍ଥିତ ବିଶ୍ବର ଅନ୍ୟତମ ସପ୍ତାଶ୍ଚର୍ଯ୍ୟ ଏଇଫେଲ୍‌ ଟାଵାରଠାରୁ ଅଧିକ ୩୫ ମିଟର ଉଚ୍ଚର ଏହି ପୋଲ ନିର୍ମାଣ କାର୍ଯ୍ୟ ଆଗାମୀ ବର୍ଷକ ଭିତରେ ସରିବ ବୋଲି ଉତ୍ତର ରେଳବାଇର ମହାପ୍ରବନ୍ଧକ ଆଶୁତୋଷ ଗଙ୍ଗାଲ କହିଛନ୍ତି। ଚେନାବ ନଦୀ ଉପରେ ନିର୍ମାଣାଧୀନ ଏହି ୧୩୧୫ ମିଟର ଦୀର୍ଘ ରେଳପୋଲ ପାଇଁ ଆର୍କ ନିର୍ମାଣ ଶେଷ ହୋଇଛି। ଏଥିରେ ପ୍ରାୟ ୨୮,୬୬୦ ମେଟ୍ରିକ୍‌ ଟନ୍‌ ଇସ୍ପାତ ବ୍ୟବହାର ହୋଇଥିବା ଜଣାପଡ଼ିଛି। ପ୍ରାୟ ୧,୪୮୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଉଦ୍ଧାମପୁର-ଶ୍ରୀନଗର-ବାରମୂଳା ରେଳପଥ ସଂଯୋଗର ଅଂଶବିଶେଷ ଏହି ପ୍ରକଳ୍ପ କାଶ୍ମୀର ଉପତ୍ୟକା ସହ ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ସଂଯୋଗ କରିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe