ତିରୁପତି ମନ୍ଦିରର ରାଜସ୍ବ ଆଦାୟ ଲକ୍ଷ ୪୪୧୧ କୋଟି, ୫୦୦ କୋଟି ଟଙ୍କାର ପ୍ରସାଦ ବିକ୍ରି ହେବ

Advertisment
ତିରୁପତି ମନ୍ଦିରର ରାଜସ୍ବ ଆଦାୟ ଲକ୍ଷ ୪୪୧୧ କୋଟି, ୫୦୦ କୋଟି ଟଙ୍କାର ପ୍ରସାଦ ବିକ୍ରି ହେବ

ତିରୁପତି: ବିଶ୍ବ ପ୍ରସିଦ୍ଧ ତିରୁପତି ମନ୍ଦିର ଏପ୍ରିଲରୁ ଆରମ୍ଭ ହେଉଥିବା ନୂଆ ଆର୍ଥିକ ବର୍ଷରେ ମୋଟ ୪୪୧୧ କୋଟି ଟଙ୍କା ରାଜସ୍ବ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ତିରୁମଲାରେ ଭଗବାନ ଭେଙ୍କଟେଶ୍ବରଙ୍କ ଏହି ମନ୍ଦିରରେ ପ୍ରତି ବର୍ଷ କୋଟି କୋଟି ଲୋକ ଦର୍ଶନ ପାଇଁ ଆସୁଛନ୍ତି। ଏହି ମନ୍ଦିରର ସଂଚାଳନ ତିରୁମଲା ତିରୁପତି ଦେବସ୍ଥାନମ ଟ୍ରଷ୍ଟ୍‌ ଦ୍ବାରା କରାଯାଇଥାଏ। ୨୦୨୨-୨୩ ଆର୍ଥିକ ବର୍ଷରେ ମନ୍ଦିରର ଆୟ ୩୦୯୬ କୋଟି ଟଙ୍କା ରହିଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ମନ୍ଦିର ପ୍ରଶାସନ ୫୦୦ କୋଟି ଟଙ୍କାର ପ୍ରସାଦ ବିକ୍ରି ଲକ୍ଷ୍ୟ ରଖିଛନ୍ତି। ଚଳିତ ବର୍ଷ ୩୦ଟି ଅତିରିକ୍ତ ଲଡ଼ୁ କାଉଣ୍ଟର ଖୋଲାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe