ଗୋଷ୍ଠୀ ସଂକ୍ରମଣ ଭୟ ବଢ଼ୁଛି, ସପ୍ତାହକରେ ୫୦ ହଜାର ସଂକ୍ରମିତ

Advertisment
କରୋନା ଲଢ଼େଇର ଗତି କୁଆଡ଼େ?

Hindustan Times

ନୂଆଦିଲ୍ଲୀ: ଭାରତରେ ଏବେ କରୋନାଭାଇରସ୍‌କୁ ନେଇ ଗୋଷ୍ଠୀ ସଂକ୍ରମଣ ଭୟ ସୃଷ୍ଟି ହୋଇଛି। ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡ଼ୁ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ବଢ଼ିଯାଇଛି। ଦିଲ୍ଲୀ ୨୪ ଘଣ୍ଟା ଭିତରେ ପ୍ରାୟ ୧ ହଜାର ମାମଲା ଆସିବା ପରେ ଆତଙ୍କ ଖେଳିଯାଇଛି। ଏବେ ପ୍ରତିଦିନ ନୂଆ ସଂକ୍ରମଣ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। କରୋନାଭାଇରସ୍‌ ଦ୍ବାରା ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ତାଲିକାରେ ଭାରତ ସପ୍ତାହକ ତଳେ ୧୦ମ ସ୍ଥାନରେ ଥିଲା ଏବଂ ସପ୍ତାହକ ମଧ୍ୟରେ ଆଉ ୫୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ଏହା ସପ୍ତମ ସ୍ଥାନକୁ ଚାଲିଆସିଛି। କରୋନା ସଂକ୍ରମଣ ମାମଲା ଭାରତ ଫ୍ରାନ୍ସକୁ ପଛରେ ପକାଇ ଦେଇଛି। ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୧ ହଜାରରେ ପହଞ୍ଚିଲାଣି। ମେ ୨୫ ତାରିଖ ଦିନ ଭାରତ ଇରାନ୍‌କୁ ପଛରେ ପକାଇ ୧୦ମ ସର୍ବାଧିକ କରୋନା ଆକ୍ରାନ୍ତ ରାଷ୍ଟ୍ର ଭାବେ ବିବେଚିତ ହୋଇଥିଲା। ସେହିଦିନ ଦେଶରେ ୧.୩୮ ଲକ୍ଷ ମାମଲା ଥିଲା। ତେବେ ରବିବାର ଦିନ ଏହା ୧.୮୨ ଲକ୍ଷରେ ପହଞ୍ଚିଯାଇଥିଲା।

ଭାରତର ବିଶାଳ ଜନସଂଖ୍ୟା ତୁଳନାରେ ଏହାର ସଂକ୍ରମଣ ଅପେକ୍ଷାକୃତ କମ୍‌ ଥିଲେ ମଧ୍ୟ ଏବେ ୩ ଦିନ ହେଲା ମାମଲା ୮ ହଜାର ଉପରେ ରହୁଥିବାରୁ ଆଗକୁ ପରିସ୍ଥିତି ଜଟିଳ ହେବା ଆଶଙ୍କା ରହିଛି। ଭାରତରେ ଆରୋଗ୍ୟ ହାର ୪୨ ପ୍ରତିଶତରୁ ବୃଦ୍ଧି ପାଇଁ ସପ୍ତାହକ ମଧ୍ୟରେ ୪୮.୧୯ ପ୍ରତିଶତରେ ପହଞ୍ଚିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୮୩୯୨ ମାମଲା ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨ ହଜାରରୁ ଅଧିକ ମାମଲା କେବଳ ମହାରାଷ୍ଟ୍ରର ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ୨୪ ଘଣ୍ଟାରେ ୨୩୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତାମିଲନାଡ଼ୁରେ ଗତକାଲି ଦିନକରେ ୧୧୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe