ରୁଦ୍ରେଶ୍ବର ମନ୍ଦିରକୁ ବିଶ୍ବ ଐତିହ୍ୟସ୍ଥଳର ମାନ୍ୟତା

ରୁଦ୍ରେଶ୍ବର ମନ୍ଦିରକୁ ବିଶ୍ବ ଐତିହ୍ୟସ୍ଥଳର ମାନ୍ୟତା

PressWire18

ନୂଆଦିଲ୍ଲୀ: ତେଲେଙ୍ଗାନାର ପ୍ରସିଦ୍ଧ ରୁଦ୍ରେଶ୍ବର (ରାମପ୍ପା ମନ୍ଦିର) ମନ୍ଦିରକୁ ୟୁନେସ୍କୋ ଆଜି ବିଶ୍ବ ଐତିହ୍ୟ ସ୍ଥଳ ମାନ୍ୟତା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମନ୍ଦିରର ଭବ୍ୟ କଳାକୀର୍ତ୍ତିକୁ ପ୍ରଶଂସା କରିବା ସହ ତେଲେଙ୍ଗାନା ଜନସାଧାରଣ ଓ ସରକାରକୁ ଅଭିନନ୍ଦନ ଜଣାଇଛନ୍ତି।

ରାମପ୍ପା ମନ୍ଦିର ମହାନ କାକତୀୟ ବଂଶର ସମୃଦ୍ଧ ଶିଳ୍ପକଳାକୁ ପ୍ରଦର୍ଶିତ କରୁଥିବା ବେଳେ ଏହି ମନ୍ଦିର ପରିସରର ଭବ୍ୟତା ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଣ କରିଥାଏ। ୱାରଙ୍ଗଲ ସ୍ଥିତ ଏହି ଶିବ ମନ୍ଦିର ହେଉଛି ଏକମାତ୍ର ମନ୍ଦିର ଯାହାକି ଏହାର ଶିଳ୍ପକାର ରାମପ୍ପାଙ୍କ ନାମରେ ରଖାଯାଇଛି। ଏହି ମନ୍ଦିର ଦ୍ବାଦଶ ଶତାବ୍ଦୀରେ ନିର୍ମାଣ ହୋଇଥିଲା। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ବେ ଏହି ମନ୍ଦିରର ବିଶେଷ କ୍ଷୟକ୍ଷତି ହୋଇନାହିଁ ଏବଂ ଏହାର ଏକ ହଜାର ସ୍ତମ୍ଭ ସୁରକ୍ଷିତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe