ବିଶ୍ବରେ ଗରିବଙ୍କୁ ଭୋକିଲା ରଖିପାରେ ରୁଷ-ୟୁକ୍ରେନ ଯୁଦ୍ଧ: ମିଳିତ ଜାତିସଂଘ

Advertisment
ବିଶ୍ବରେ ଗରିବଙ୍କୁ ଭୋକିଲା ରଖିପାରେ ରୁଷ-ୟୁକ୍ରେନ ଯୁଦ୍ଧ: ମିଳିତ ଜାତିସଂଘ

ନୂଆଦିଲ୍ଲୀ: ବିଶ୍ବରେ ଯୁଦ୍ଧର କୁପରିଣାମ ଭୋଗିବେ ଗରିବ। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲୁଥିବା ଯୁଦ୍ଧ ସମଗ୍ର ବିଶ୍ୱରେ ଥିବା ଗରିବ ଲୋକଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ମିଳିତ ଜାତିସଂଘ ଏଭଳି କହି ସାରା ବିଶ୍ବକୁ ଚେତାଇ ଦେଇଛି। ବାଣିଜ୍ୟ ଏବଂ ବିକାଶକୁ ନେଇ ମିଳିତ ଜାତିସଂଘ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ବିଶ୍ବରେ ଥିବା ଗରିବ ଲୋକ ଖାଦ୍ୟ ଏବଂ ଇନ୍ଧନରୁ ବଞ୍ଚିତ ହୋଇପାରନ୍ତି।

ରିପୋର୍ଟରେ କୁହାଯାଇଛି ଯେ, ଗହମ ଭଳି ପ୍ରମୁଖ ଦ୍ରବ୍ୟରେ ଯୋଗାଣ ବ୍ୟାଘାତର ସମାଧାନ ପାଇଁ କରାଯାଉଥିବା ପ୍ରୟାସ ସତ୍ତ୍ବେ ଖାଦ୍ୟ ଏବଂ ଇନ୍ଧନର ଯୋଗାଣରେ ବାଧା ସୃଷ୍ଟି ହେଉଛି। ଅନେକ ଦେଶ ରୁଷ ଉପରେ କଟକଣା ଲଗାଇବା ଏବଂ ୟୁକ୍ରେନ ଛାରଖାର ହେବା ପରେ ଏହି ଦୁଇ ଦେଶରୁ ଜିନିଷ ଆମଦାନୀ ଓ ରପ୍ତାନୀ କରିବା ଅସମ୍ଭବ ହୋଇପଡ଼ିଛି। ଏବେ ଖାଇବା ତେଲ ସହ ବିଭିନ୍ନ ସାମଗ୍ରୀର ଦାମ ବଢ଼ୁଥିବା ବେଳେ ଏହାର ସବୁଠାରୁ ଅଧିକ ପ୍ରଭାବ ବିଶ୍ବର ଗରିବ ଶ୍ରେଣୀର ଲୋକଙ୍କ ଉପରେ ପଡ଼ିବ ବୋଲି କୁହାଯାଇଛି।

publive-image indiatoday

ତେବେ ଶାନ୍ତି ଆଲୋଚନା ସଫଳ ହେଉନଥିବା ବେଳେ ରୁଷର ସୈନ୍ୟବାହିନୀ ୟୁକ୍ରେନର ବିଭିନ୍ନ ସହରକୁ ମାଡ଼ିଚାଲିଛନ୍ତି। ୟୁକ୍ରେନର ମାରିୟୁପୋଲର ଏକ ସିନେମା ଘରକୁ ଧ୍ୱଂସ କରିଦେଇଛନ୍ତି ରୁଷ ସେନା। ଏଠାରେ ଶହ ଶହ ଲୋକ ଆଶ୍ରୟ ନେଇଥିବା ଜାଣି ବି ରୁଷ ସେନା ସିନେମା ଘର ଉପରେ ଆକ୍ରମଣ କରିଥିଲା। ଏହା ସହ ଅନ୍ୟ ସହର ଉପରେ ମଧ୍ୟ ବୋମା ମାଡ଼ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe