ରୁଷୀୟ କୋଭିଡ୍‌ ଟିକାର ନୈଦାନିକ ପରୀକ୍ଷଣ ସରିଲା, ଅକ୍ଟୋବରରେ ଗଣ ଟିକାକରଣ କାର୍ଯ୍ୟକ୍ରମ

Advertisment
ରୁଷୀୟ କୋଭିଡ୍‌ ଟିକାର ନୈଦାନିକ ପରୀକ୍ଷଣ ସରିଲା, ଅକ୍ଟୋବରରେ ଗଣ ଟିକାକରଣ କାର୍ଯ୍ୟକ୍ରମ

The Week

ବେଙ୍ଗାଲୁରୁ: ରୁଷିଆର ସରକାରୀ ପ୍ରତିଷ୍ଠାନ ଗମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏପିଡର୍ମିଓଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି ଦ୍ବାରା ପ୍ରସ୍ତୁତ ଏକ ଫଳପ୍ରଦ କୋଭିଡ୍‌ ଟିକାର ମନୁଷ୍ୟ ଶରୀରରେ ନୈଦାନିକ ପରୀକ୍ଷଣ ଶେଷ ହୋଇଛି ବୋଲି ସରକାରୀ ସ୍ତରରେ କୁହାଯାଯାଇଛି। ଏପରିକି ଏହାର ପ୍ରୟୋଗ ପାଇଁ ଆବଶ୍ୟକ ଅନୁମତି ଏବଂ ପ୍ରସ୍ତୁତି ପାଇଁ କାଗଜପତ୍ର କାମ ଜାରି ରହିଛି ବୋଲି ମଧ୍ୟ ରୁଷୀୟ ଗଣମାଧ୍ୟମରୁ ସୂଚନା ମିଳିଛି। ସେହିପରି ଆଗାମୀ ଅକ୍ଟୋବର ମାସରେ ଏହି ଟିକାର ଉପଯୋଗରେ ଦେଶରେ ଏକ ଗଣ ଟିକାକରଣ ଯୋଜନା ହାତକୁ ନିଆଯିବ ବୋଲି ରୁଷ୍‌ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ତେବେ ଏହି ଗଣଟିକାଦାନ ପ୍ରଥମେ ଦେଶର ଶିକ୍ଷକ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ଠାରେ ଆରମ୍ଭ କରାଯିବ ବୋଲି ସେ ସଂକେତ ଦେଇଛନ୍ତି।

ଅପରପକ୍ଷେ, ଉକ୍ତ ଟିକାର ସମ୍ପୂର୍ଣ୍ଣ ତିନି ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସରିଛି ନା ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ସରକାର ଏଭଳି ପଦକ୍ଷେପ ନେବାକୁ ଚାହୁଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। କାରଣ କୌଣସି ଟିକାର ସାର୍ବଜନୀନ ବ୍ୟବହାର ପୂର୍ବରୁ ତାହାର ନିରାପତ୍ତା ଓ ଫଳପ୍ରଦତା ସ୍ପଷ୍ଟ କରିବା ଲାଗି ତିନି ପର୍ଯ୍ୟାୟ ମାନବୀୟ ନୈଦାନିକ ପରୀକ୍ଷଣ ନିହାତି ଜରୁରୀ ହୋଇଥିବା ବେଳେ ଗମାଲେଇ ପ୍ରତିଷ୍ଠାନ ତାହା କରିନଥିବା ଅଭିଯୋଗ ଉଠିଛି। ଫଳରେ ଟିକାର ସମ୍ଭାବ୍ୟ ସଫଳତାରେ ପ୍ରଶ୍ନବାଚୀ ଲାଗିଛି। ଅପରପକ୍ଷେ, କୋଭିଡ୍‌ ଟିକା ବିକାଶରେ ବିଶ୍ବରେ ଅଗ୍ରଣୀ ଥିବା ଆମେରିକାର ମଡର୍ଣ୍ଣା ଓ ଫାଇଜର କମ୍ପାନି ସେମାନଙ୍କ ଦ୍ବାରା ପୃଥକ୍ ଭାବେ ପ୍ରସ୍ତୁତ ଟିକାର ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସାରି ତୃତୀୟ ପର୍ଯ୍ୟାୟ ଜାରି ରଖିଥିବା ବେଳେ ଗମାଲେଇ ପ୍ରତିଷ୍ଠାନ ଏହାର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ସାରିନଥିବା ଆଲୋଚନା ହେଉଛି। ତେବେ କମ୍ପାନି ପକ୍ଷରୁ ଅଗଷ୍ଟ ୩ ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସାରି ପରେ ପରେ ଉଭୟ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଓ ସ୍ବାସ୍ଥ୍ୟକର୍ମୀଙ୍କ ଠାରେ ପ୍ରୟୋଗ ସମାନ୍ତରାଳ ଭାବେ ଚାଲୁ ରହିବ ବୋଲି ପୂର୍ବରୁ ସ୍ପଷ୍ଟ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe