ଭର୍ଚୁଆଲ ମାଧ୍ୟମରେ ହେବ ଏସ୍‌ସିଓ ସମ୍ମିଳନୀ

Advertisment
ଭର୍ଚୁଆଲ ମାଧ୍ୟମରେ ହେବ ଏସ୍‌ସିଓ ସମ୍ମିଳନୀ

Zee Business

ନୂଆଦିଲ୍ଲୀ : ଭାରତ ଅଧ୍ୟକ୍ଷତାରେ ଆସନ୍ତା ଜୁଲାଇ ୪ ତାରିଖରେ ଏସ୍‌ସିଓ (ସାଂଘାଇ ସହଯୋଗ ଅନୁଷ୍ଠାନ) ସମ୍ମିଳନୀ ହେବ। ଭର୍ଚୁଆଲ ମାଧ୍ୟମରେ ଏସ୍‌ସିଓ ସମ୍ମିଳନୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ୨୨ ତମ ଏସ୍‌ସିଓ ରାଷ୍ଟ୍ରର ମୁଖ୍ୟମାନଙ୍କ ସମ୍ମିଳନୀ ଭର୍ଚୁଆଲ ମାଧ୍ୟମରେ ହେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଅଧ୍ୟକ୍ଷତା କରିବେ ବୋଲି କେନ୍ଦ୍ର ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆଜି ଘୋଷଣା କରାଯାଇଛି।

ତେବେ ଭର୍ଚୁଆଲ ମାଧ୍ୟମରେ ସମ୍ମିଳନୀ ହେବାର କାରଣ କ’ଣ ସ୍ପଷ୍ଟ କରାଯାଇନି। ଗତ କିଛି ଦିନ ଧରି ଏସ୍‌ସିଓ ସମ୍ମିଳନୀ ଭର୍ଚୁଆଲ ଭାବେ କରିବା ପାଇଁ ବିଚାରବିମର୍ଶ ହେବାପରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ଆଜି ଘୋଷଣା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe