ପୁଣି ବେଆଇନ ପ୍ରବାସୀଙ୍କୁ ହାତକଡ଼ି ପିନ୍ଧାଇଲା ଆମେରିକା

ଆମେରିକାରୁ ନିର୍ବାସିତ ୧୧୬ ଜଣ ବେଆଇନ ଭାରତୀୟ ପ୍ରବାସୀଙ୍କ ଦ୍ୱିତୀୟ ଦଳ ଶନିବାର ରାତିରେ ଅମୃତସର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ବିମାନରେ ବସିଥିବା ସମୟରେ ସେମାନଙ୍କୁ ହାତକଡ଼ି ବାନ୍ଧି ବାନ୍ଧି ଦିଆଯାଇଥିଲା ।

mmm

ନୂଆଦିଲ୍ଲୀ : ଆମେରିକାରୁ ନିର୍ବାସିତ ୧୧୬ ଜଣ ବେଆଇନ ଭାରତୀୟ ପ୍ରବାସୀଙ୍କ ଦ୍ୱିତୀୟ ଦଳ ଶନିବାର ରାତିରେ ଅମୃତସର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ପଞ୍ଜାବ, ହରିୟାଣା ଓ ଗୁଜୁରାଟର। ଉନ୍ନତ ଭବିଷ୍ୟତ ସନ୍ଧାନରେ ସେମାନେ ବେଆଇନ ଉପାୟରେ ଆମେରିକାରେ ପହଞ୍ଚିଥିଲେ ମଧ୍ୟ ସେମାନଙ୍କୁ ଦେଶାନ୍ତର କରାଯାଇଥିଲା। ହୋସିଆରପୁରର ଦଲଜିତ ସିଂହ ମଧ୍ୟ ସେହି ବିମାନରେ ଫେରିଥିଲେ। ବିମାନରେ ବସିଥିବା ସମୟରେ ସେମାନଙ୍କୁ ହାତକଡ଼ି ବାନ୍ଧି ବାନ୍ଧି ଦିଆଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି। ସିଂହ ଗଣମାଧ୍ୟମକୁ କହିଛନ୍ତି, ଆମ ପାଦରେ ଚେନ୍ ଓ ହାତକଡ଼ି ଥିଲା।

ଏହା ପୂର୍ବରୁ ବେଆଇନ ପ୍ରବାସୀଙ୍କୁ ନେଇ ପ୍ରଥମ ବିମାନ ଗତ ଫେବ୍ରୁଆରି ୫ ତାରିଖରେ ଆମେରିକାରୁ ଆସି ଭାରତର ଅମୃତସରରେ ଓହ୍ଲାଇଥିଲା । ଏହି ବିମାନରେ ୧୦୪ ଜଣ ପ୍ରବାସୀ ଥିଲେ । ତେବେ ଏହି ବିମାନରେ ଆସିଥିବା ବେଆଇନ ପ୍ରବାସୀମାନଙ୍କ ହାତରେ ହାତକଡ଼ି ପକାଇ ଅତ୍ୟନ୍ତ ଅମାନବୀୟ ଭାବେ ଭାରତ ଅଣାଯାଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଏହାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe