୨୦୨୫ରେ ହେବ ୨ଟି ଚନ୍ଦ୍ରଗ୍ରହଣ, କିନ୍ତୁ ଭାରତରେ ଦେଖାଯିବ ଗୋଟିଏ

୨୦୨୫ ରେ ୨ଟି ଚନ୍ଦ୍ରଗ୍ରହଣ ହେବ ଓ ୨ଟି ସୂର୍ଯ୍ୟପରାଗ ହେବ । କିନ୍ତୁ ସେଥିମଧ୍ୟରୁ କେବଳ ଗୋଟିଏ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ବର୍ଷର ୨ୟ ଚନ୍ଦ୍ରଗ୍ରହଣ ସେପ୍ଟେମ୍ବର ୭ରେ ହେବ । ଏହା ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ ଓ ଏହା ଭାରତରେ ଦୃଶ୍ୟମାନ ହେବ ।

lunar

ନୂଆଦିଲ୍ଲୀ : ଜ୍ୟୋତିର୍ବିଜ୍ଞାନରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଚନ୍ଦ୍ରଗ୍ରହଣ ଏକ ଚମତ୍କାର ମହାକାଶୀୟ ଘଟଣା । ଯାହାକୁ ଲୋକେ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି । ୨୦୨୫ ରେ ୨ଟି ଚନ୍ଦ୍ରଗ୍ରହଣ ହେବ ଓ ୨ଟି ସୂର୍ଯ୍ୟପରାଗ ହେବ । କିନ୍ତୁ ସେଥିମଧ୍ୟରୁ କେବଳ ଗୋଟିଏ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ। 

ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଏକ 'ପୂର୍ଣ୍ଣ ଚନ୍ଦ୍ରଗ୍ରହଣ' ହେବ। ଏହି ଜ୍ୟୋତିର୍ବିଜ୍ଞାନିକ ଘଟଣା ଭାରତୀୟ ସମୟ ଅନୁସାରେ ମାର୍ଚ୍ଚ ୧୪ ତାରିଖରେ ଘଟିବ । କିନ୍ତୁ ଭାରତରେ ଏହି ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ ନାହିଁ। ଏହି ଚନ୍ଦ୍ରଗ୍ରହଣ ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା ଏବଂ ଉତ୍ତର ଓ ଦକ୍ଷିଣ ଆଟଲାଣ୍ଟିକ ମହାସାଗର ଭଳି ଅଞ୍ଚଳରେ ଦୃଶ୍ୟମାନ ହେବ। ସେହିପରି ୨୯ ମାର୍ଚ୍ଚରେ ଏକ ଆଂଶିକ ସୂର୍ଯ୍ୟପରାଗ ହେବ । ତାହା ମଧ୍ୟ ଭାରତରେ ଦୃଶ୍ୟମାନ ହେବନାହିଁ । ବର୍ଷର ୨ୟ ଚନ୍ଦ୍ରଗ୍ରହଣ ସେପ୍ଟେମ୍ବର ୭ରେ ହେବ । ଏହା ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ ଓ ଏହା ଭାରତରେ ଦୃଶ୍ୟମାନ ହେବ । ଏହା ଆଣ୍ଟାର୍କଟିକା, ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଅଂଚଳ ଓ ଅଷ୍ଟ୍ରେଲିଆରେ ଦୃଶ୍ୟମାନ ହେବ । ବର୍ଷର ୨ୟ ସୂର୍ଯ୍ୟପରାଗ ସେପ୍ଟେମ୍ବର ୨୧-୨୨ରେ ହେବ । କିନ୍ତୁ ତାହା ଭାରତରେ ଦୃଶ୍ୟମାନ ହେବନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe