ଗୁଜରାଟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌ ଆଜି

ଗୁଜରାଟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌: ବିକାଶ ଅଭାବରୁ ଭୋଟ୍‌ ବର୍ଜନ କଲେ ୪ଟି ଗ୍ରାମ

ଅହମଦାବାଦ : ଗୁଜରାଟରେ ଦ୍ବିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ଆଜି (୫ ତାରିଖ) ଅନୁଷ୍ଠିତ ହେବ। ଦ୍ବିତୀୟ ପର୍ଯ୍ୟାୟରେ ୯୩ ଆସନରେ ଭୋଟ୍‌ ଗ୍ରହଣ ହେବ ଏବଂ ମୋଟ୍‌ ୮୩୩ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ବିଧାନସଭା ନିର୍ବାଚନର ଫଳାଫଳ ୮ ତାରିଖରେ ଆସିବ। ଆଜି ଅହମଦାବାଦ, ବଡ଼ୋଦରା ଏବଂ ଗାନ୍ଧୀନଗର ସମେତ ଉତ୍ତର ଏବଂ କେନ୍ଦ୍ରୀୟ ଗୁଜରାଟର ମୋଟ୍‌ ୧୪ଟି ଜିଲ୍ଲାରେ ଭୋଟ୍‌ ଗ୍ରହଣ ହେବ। ଭୋଟ୍‌ ଗ୍ରହଣର ଅବ୍ୟବହିତ ପୂର୍ବରୁ ରବିବାର ଦିନ ପ୍ରଧାନମନ୍ତ୍ରୀ ଅହମଦାବାଦରେ ପହଞ୍ଚିଛନ୍ତି ଏବଂ ଆଜି ଏଠାରେ ସେ ତାଙ୍କ ମତାଧିକାର ସାବ୍ୟସ୍ତ କରିବେ। ପ୍ରଧାନମନ୍ତ୍ରୀ ରବିବାର ଦିନ ଗାନ୍ଧିନଗର ଯାଇ ତାଙ୍କ ମା’ଙ୍କ ହୀରାବେନ୍‌ଙ୍କ ଆଶୀର୍ବାଦ ନେଇଛନ୍ତି।

ଦ୍ବିତୀୟ ପର୍ଯ୍ୟାୟରେ ୨.୫୪ କୋଟି ପଂଜିକୃତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ଏବଂ ଏଥିପାଇଁ ୨୬,୪୦୯ ବୁଥ୍‌ରେ ଭୋଟ୍‌ ଗ୍ରହଣ ହେବ। ପ୍ରାୟ ୩୬ ହଜାର ଇଭିଏମ୍‌ ବ୍ୟବହାର ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe