ମହାରାଷ୍ଟ୍ରରେ ସଂକ୍ରମଣର ଦ୍ବିତୀୟ ଲହର, ପୁଣି ସତର୍କ କରାଇଲେ କେନ୍ଦ୍ର ସରକାର

Advertisment

ଅଧିକ ଟେଷ୍ଟିଂ, କଣ୍ଟାକ୍ଟ ଟ୍ରେସିଂ ପାଇଁ ନିର୍ଦ୍ଦେଶ ଦେଲେ, ବେଙ୍ଗାଲୁରୁରେ ବି ବଢ଼ୁଛି ନୂଆ ମାମଲା

ଅଧିକ ଟେଷ୍ଟିଂ, କଣ୍ଟାକ୍ଟ ଟ୍ରେସିଂ ପାଇଁ ନିର୍ଦ୍ଦେଶ ଦେଲେ, ବେଙ୍ଗାଲୁରୁରେ ବି ବଢ଼ୁଛି ନୂଆ ମାମଲା

ମହାରାଷ୍ଟ୍ରରେ ସଂକ୍ରମଣର ଦ୍ବିତୀୟ ଲହର, ପୁଣି ସତର୍କ କରାଇଲେ କେନ୍ଦ୍ର ସରକାର

india today

ନୂଆଦିଲ୍ଲୀ: ସଂକ୍ରମଣ ବଢ଼ିବାରୁ ନିକଟରେ ଏକ କେନ୍ଦ୍ରୀୟ ଟିମ୍‌ ମହାରାଷ୍ଟ୍ର ଗସ୍ତ କରିଥିଲେ। ସ୍ଥିତି ସମୀକ୍ଷା ପରେ ଉକ୍ତ ଟିମ୍‌ ମହାରାଷ୍ଟ୍ରରେ ଦ୍ବିତୀୟ ଲହର ସଂକ୍ରମଣ ଆରମ୍ଭ ହୋଇଥିବା କହିଛନ୍ତି। ଆଜି ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ମହାରାଷ୍ଟ୍ର ମୁଖ୍ୟ ସଚିବଙ୍କ ପାଖକୁ ଚିଠି ଲେଖିଛନ୍ତି। କରୋନା ଟେଷ୍ଟିଂ ବଢ଼ାଇବା ସହ କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ବ ଦେବାପାଇଁ କୁହାଯାଇଛି। ଏଥିସହ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନେ ଯେଭଳି କ୍ବାରାଣ୍ଟିନ୍‌ ନିୟମର ଉଲ୍ଲଂଘନ ନକରନ୍ତି ‌ତାହା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷେ ମହାରାଷ୍ଟ୍ର ସରକାର କେନ୍ଦ୍ର ସରକାରଙ୍କଠାରୁ ୨.୨୦ କୋଟି କୋଭିଡ୍‌ ଟିକା ମାଗିଛନ୍ତି।

ସେପଟେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ବି ନୂଆ ସଂକ୍ରମଣ ବଢ଼ୁଛି। ଲଗାତାର ୨ ଦିନଧରି ବେଙ୍ଗାଲୁରୁରେ ନୂଆ ସଂକ୍ରମଣ ୫୦୦ରୁ ଅଧିକ ରହିଛି। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି, ବେଙ୍ଗାଲୁରୁରେ ସଂକ୍ରମଣ ବଢ଼ିବା ଖୁବ୍‌ ଚିନ୍ତାଜନକ। ସଂକ୍ରମଣ ରୋକିବା ଦିଗରେ ତୁରନ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ବିଶେଷଜ୍ଞମାନେ ‌କହିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ମଧ୍ୟ ଗତକାଲି ରାଜ୍ୟବାସୀଙ୍କୁ ସତର୍କ କରାଇ କହିଥିଲେ, କରୋନା ନିୟମାବଳି ନମାନିଲେ ପୁଣିଥରେ ଲକ୍‌ଡାଉନ୍‌ ହେବ। ଗୁଜରାଟରେ ସଂକ୍ରମଣ ବଢ଼ିବାରୁ ରାଜ୍ୟ ସରକାର ୪ ପ୍ରମୁଖ ସହର ଅହମଦାବାଦ୍‌, ସୁରଟ୍‌, ଭଦୋଦରା ଏବଂ ରାଜକୋଟ୍‌ରେରେ ନାଇଟ୍‌ କର୍ଫ୍ୟୁର ଅବଧିକୁ ଦୁଇ ଘଣ୍ଟା ବଢ଼ାଇ ଦେଇଛନ୍ତି। ୩୧ ପର୍ଯ୍ୟନ୍ତ ରାତି୧୦ରୁ ସକାଳ ୬ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। କୋଭିଡ୍‌ ଟାସ୍କ ଫୋର୍ସ‌୍ କୋର୍‌ କମିଟି ‌ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ମଧ୍ୟପ୍ରଦେଶର ଭୋପାଳ ଏବଂ ଇନ୍ଦୋରରେ ମଧ୍ୟ ଆସନ୍ତାକାଲିଠାରୁ ନାଇଟ୍‌ କର୍ଫ୍ୟୁ ଜାରି କରିବାପାଇଁ ନିଷ୍ପତ୍ତି ହୋଇଛି।

ମୁମ୍ବାଇରେ ଦିନକୁ, ୨ ହଜାର ମାମଲା

ମୁମ୍ବାଇ: ମୁମ୍ବାଇର ଦୈନିକ ସଂକ୍ରମଣ ମାମଲା ଆଜି ପାଖାପାଖି ୨ ହଜାର ରହିଛି। ମୁମ୍ବାଇରେ ଆଜି ୧୯୨୨ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଚଳିତ ବର୍ଷରେ ଏହା ଦ୍ବିତୀୟ ସର୍ବାଧିକ ଦୈନିକ ସଂକ୍ରମଣ ମାମଲା। ଗତ ୧୪ ତାରିଖରେ ମୁମ୍ବାଇରେ ଦୈନିକ ସଂକ୍ରମଣ ୧,୯୬୩ ଥିଲା। ବିଏମ୍‌ସି ଅନୁଯାୟୀ ସଂକ୍ରମଣ ବଢ଼ିବାରୁ ମୁମ୍ବାଇରେ ୨୪୬ କୋଠା ସିଲ୍‌ କରାଯାଇଛି। ୩୪ଟି ସ୍ଥାନକୁ ଅବରୋଧ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe