କରୋନାର ଦ୍ୱିତୀୟ ଲହର ଅଧିକ ଭୟାନକ

Advertisment

ଦୈନିକ ସଂକ୍ରମଣରେ ରେକର୍ଡ; ଲକ୍ଷେ ଡେଇଁଲା

ଦୈନିକ ସଂକ୍ରମଣରେ ରେକର୍ଡ; ଲକ୍ଷେ ଡେଇଁଲା

ରେକର୍ଡ ଭାଙ୍ଗୁଛି କରୋନା: ଦିନକରେ ୧୭୧ ଆକ୍ରାନ୍ତ, ଇଞ୍ଜିନିୟରିଂ କଲେଜରୁ ୫

eu-cord.org

ସେପ୍ଟେମ୍ବର ୧୬ରେ ସର୍ବାଧିକ ମାମଲା ୯୭,୮୯୪ ଥିଲା
ମୁଖ୍ୟମନ୍ତ୍ରୀମାନଙ୍କ ସହ ୮ରେ ମୋଦୀଙ୍କ ସମୀକ୍ଷା

ନୂଆଦିଲ୍ଲୀ : କରୋନାର ଦ୍ବିତୀୟ ଲହର ଦେଶରେ ଭୟଙ୍କର ହେଲାଣି। ପ୍ରଥମ ଲହର ତୁଳନାରେ ଦ୍ବିତୀୟ ଲହରରେ ଦୈନିକ ସଂକ୍ରମଣ ସଂଖ୍ୟା ଅତି ଦ୍ରୁତ ଗତିରେ ବଢ଼ିଚାଲିଛି। ଦେଶରେ ରବିବାର ପ୍ରଥମଥର ଲାଗି ଦୈନିକ ସଂକ୍ରମଣ ମାମଲା ଲକ୍ଷେକୁ ଟପିଯାଇଛି। ସୋମବାର ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟା ଭିତରେ ନୂତନ ସଂକ୍ରମିତଙ୍କ ସଂଖ୍ୟା ୧,୦୩,୫୫୮ ହୋଇଛି। ଏହା ପୂର୍ବରୁ ସର୍ବାଧିକ ଦୈନିକ ସଂକ୍ରମଣ ଗତ ସେପ୍ଟେମ୍ବର ୧୬ ତାରିଖରେ ୯୭,୮୯୪ରେ ପହଞ୍ଚିଥିଲା।

ଗତ ୨୪ ଘଣ୍ଟା ମଧ୍ୟରେ କେବଳ ମହାରାଷ୍ଟ୍ରରେ ଅର୍ଦ୍ଧାଧିକ(୫୭,୭୦୦) ନୂତନ ସଂକ୍ରମଣ ଦେଖିବାକୁ ମିଳିଛି। ଏହାକୁ ମିଶାଇଲେ ଦେଶରେ ମୋଟ ୧ କୋଟି ୨୫ ଲକ୍ଷ ୮୯ ହଜାର ୬୭ ଜଣ ସଂକ୍ରମଣର ଶିକାର ହେଲେଣି ଏବଂ ସେମାନଙ୍କ ମଧ୍ୟରୁ ୧ କୋଟି ୧୬ ଲକ୍ଷ ୮୨ ହଜାର ୧୩୬ ଜଣ ଆରୋଗ୍ୟ ଲାଭ କରିଥିବା ଜଣାଯାଇଛି। ତେବେ ଦେଶର ଏହି ସଦ୍ୟ ସଂକ୍ରମିତଙ୍କ ମଧ୍ୟରୁ ୮୧.୯୦ ପ୍ରତିଶତ ହିଁ କେବଳ ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଦିଲ୍ଲୀ, ତାମିଲନାଡୁ, ମଧ୍ୟପ୍ରଦେଶ ଓ ପଞ୍ଜାବ ପରି ୮ଟି ରାଜ୍ୟରେ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ୨୪ ଘଣ୍ଟାରେ କୋଭିଡ୍‌ରେ କେବଳ ମହାରାଷ୍ଟ୍ରରେ ୨୨୨ ଜଣଙ୍କୁ ମିଶାଇ ସମଗ୍ର ଦେଶରେ ମୋଟ ୪୭୮ ଜଣଙ୍କର ମୃତ୍ୟୁ ଘଟିଛି। ଫ‌ଳରେ ଆଜି ସୁଦ୍ଧା ଦେଶରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୫ ହଜାର ୧୦୧ ହୋଇଛି। ଅପରପକ୍ଷେ, ଦେଶରେ ଏବେ ଚିକିତ୍ସାଧୀନ ଥିବା କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭,୪୧,୮୩୦ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ଦେଶରେ ଅଦ୍ୟାବଧି କୋଭିଡ୍‌ ଟିକାର ୭,୯୧,୦୫,୧୬୩ ମାତ୍ରା ବିତରଣ ସରିଥିବା ଜଣାଯାଇଛି।

ଯଦିଓ ଗତ ତିନି ଦିନ ହେଲା ଦୈନିକ କୋଭିଡ୍‌ ମୃତକଙ୍କ ସଂଖ୍ୟାରେ ହ୍ରାସ ଘଟିଛି, ତେବେ ଗତ ୨୬ ଦିନ ହେଲା ନୂତନ ସଂକ୍ରମଣ ମାମଲା ଏପରି କ୍ରମାଗତ ଭାବେ ବୃଦ୍ଧି ହେବା ଚିନ୍ତାର କାରଣ ହୋଇଛି। ତେବେ ଏଥିପାଇଁ ଜନଭାଗୀଦାରି ଓ ଜନଆନ୍ଦୋଳନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଗୁରୁତ୍ବାରୋପ କରିବା ସହ ନମୁନା ପରୀକ୍ଷଣ, ଚିହ୍ନଟ, ଚିକିତ୍ସା, କୋଭିଡ୍‌ ନିୟମ ଅନୁପାଳନ ଓ ଟିକାକରଣ ପରି ପାଞ୍ଚସୂତ୍ରୀ ଯୋଜନାକୁ ପ୍ରତିବଦ୍ଧତାର ସହ କାର୍ଯ୍ୟକାରୀ କରାଗଲେ କରୋନା କାବୁ ହୋଇପାରିବ ବୋଲି କହିଥିଲେ। ଏ ପରିପ୍ରେକ୍ଷୀରେ ଆସନ୍ତା ୮ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ଶ୍ରୀ ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ସମୀକ୍ଷା ବୈଠକରେ କୋଭିଡ୍‌ର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe