ସୁରକ୍ଷା ସ୍ଥିତି ଅତ୍ୟନ୍ତ ଜଟିଳ, ଆଫଗାନିସ୍ତାନରୁ ନାଗରିକଙ୍କୁ ଖାଲି କରିବ ଭାରତ

ସୁରକ୍ଷା ସ୍ଥିତି ଅତ୍ୟନ୍ତ ଜଟିଳ, ଆଫଗାନିସ୍ତାନରୁ ନାଗରିକଙ୍କୁ ଖାଲି କରିବ ଭାରତ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ସୁରକ୍ଷା ସ୍ଥିତି ଅତି ଜଟିଳ ହୋଇଯାଇଛି। ଆଫଗା‌ନ୍‌ରେ ତାଲିବାନଙ୍କ ପତିଆରା ବଢ଼ି ଚାଲିଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ଭାରତ ଆଫଗାନିସ୍ତାନର କାବୁଲ୍‌ ଏବଂ ଅନ୍ୟାନ୍ୟ ସହରରେ ଥିବା ଏହାର ନାଗରିକଙ୍କୁ ଖାଲି କରିବାକୁ ନିଷ୍ପତ୍ତି ନେଇଛି। କାବୁଲ୍‌, କାନ୍ଦାହାର, ମଜାର ଇ ସରିଫ୍‌ ସମେତ ଅନ୍ୟାନ୍ୟ ସହରରୁ ଭାରତ ଏହାର ନାଗରିକ ଏବଂ ଅନ୍ୟ କର୍ମଚାରୀଙ୍କୁ ଖାଲି କରିବାକୁ ଯୋଜନା କରିସାରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଆଫଗାନ୍‌ ସହର ଏବଂ ଗ୍ରାମାଞ୍ଚଳରେ ସୁରକ୍ଷା ସ୍ଥିତି ଅତ୍ୟନ୍ତ ବିଗିଡ଼ି ଯାଇଥିବାରୁ ବର୍ତ୍ତମାନ ସ୍ଥିତିରେ ଦୂତାବାସଗୁଡ଼ିକର ପରିଚାଳନା କରିବା ଅସମ୍ଭବ। ତାଲିବାନ୍‌ ଆକ୍ରମଣକୁ ଭୟ କରି ଆଫଗାନ୍‌ ଅଧିକାରୀମାନେ ମଧ୍ୟ ସରକାର ନିୟନ୍ତ୍ରଣରେ ଥିବା ଅଞ୍ଚଳ ଛାଡ଼ି ଦେଉଛନ୍ତି। କାବୁଲ୍‌ରେ ଗୋଟିଏ ଦୂତାବାସ ସହିତ ଆଫଗାନିସ୍ତାନରେ ଭାରତର ୪ଟି ଦୂତାବାସ ରହିଛି। ତେବେ ସମସ୍ତ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ରୂପେ ଖାଲି କରାଯିବ କି ଆଂଶିକ ଖାଲି କରାଯିବ ତାହା ସଠିକ୍‌ ଭାବେ ଜଣାପଡ଼ିନି।

ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ୍‌ରେ ଆମେରିକା ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ଭାବେ ଏହାର ସୈନ୍ୟ ପ୍ରତ୍ୟାହାର କରିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଘୋଷଣା କରିଥିଲେ। ଏହାପରେ ବିଭିନ୍ନ ବିଦେଶ ଶକ୍ତିମାନେ ତାଲିବାନ୍‌ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ ଏବଂ ତାଲିବାନ୍‌ ନିୟନ୍ତ୍ରଣରେ ଥିବା ଅଞ୍ଚଳ ଖୁବ୍‌ଶୀଘ୍ର ବଢ଼ିଗଲା। ଆଫଗାନ୍‌ ସୁରକ୍ଷା କର୍ମୀ ମଧ୍ୟ ତାଲିବାନ୍‌ ରୢାଙ୍କ୍‌‌ରେ ଯୋଗ ଦେଇଥିବା ନଜିର ରହିଛି। ନିକଟରେ ଆମେରିକା ସହ ନାଟୋ ଆଫଗାନ୍‌ରୁ ସମ୍ପର୍ଣ୍ଣ ଭାବେ ସୈନ୍ୟ ପ୍ରତ୍ୟାହାର କରିବାପରେ ସ୍ଥିତି ବିଗିଡ଼ି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe