ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ: “ଗୁପଚୁପ ବିକାଳୀମାନେ ହିନ୍ଦୀ କହନ୍ତି....”

Advertisment

ଭରତିଆର ବିଶ୍ବବିଦ୍ୟାଳୟର ୩୭ତମ ସମାବର୍ତ୍ତନ ଉତ୍ସବ

ଭରତିଆର ବିଶ୍ବବିଦ୍ୟାଳୟର ୩୭ତମ ସମାବର୍ତ୍ତନ ଉତ୍ସବ

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ: “ଗୁପଚୁପ ବିକାଳୀମାନେ ହିନ୍ଦୀ କହନ୍ତି....”

ଚେନ୍ନାଇ:ତାମିଲନାଡୁର ଉଚ୍ଚଶିକ୍ଷା ମନ୍ତ୍ରୀ କେ. ପନ୍ମୁଦି ଶୁକ୍ରବାର ଭରତିଆର ବିଶ୍ବବିଦ୍ୟାଳୟର ୩୭ତମ ସମାବର୍ତ୍ତନ ଉତ୍ସବରେ ହିନ୍ଦୀ ଭାଷାକୁ ସମାଲୋଚନା କରି ଏକ ବିବଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ସରକାର ଦୁଇଟି ଭାଷାକୁ ଗୁରୁତ୍ବ ଦେଉଛନ୍ତି। ଏହା ଜାରି ରହିବ। ହିନ୍ଦୀ ଭାଷା ଶିଖିବା ଦ୍ବାରା ରୋଜଗାର ମିଳିବ ବୋଲି ଯାହା କୁହାଯାଉଛି ତାହାକୁ ସେ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ହିନ୍ଦୀ ଭାଷାଭାଷୀ ଲୋକମାନେ ଏଠାରେ ଗୁପଚୁପ ବିକ୍ରି କରନ୍ତି। ତେଣୁ ଯେଉଁମାନେ ହିନ୍ଦୀ ଶିଖିବେ ସେମାନେ ହିଁ ରୋଜଗାର ଯୋଗାଇବେ, ଯେଉଁମାନେ ହିଁ ଏଠାରେ ଗୁପ୍‌ଚୁପ୍‌ ବିକ୍ରି କରନ୍ତି। ଏହି ଉତ୍ସବରେ ଅଧ୍ୟକ୍ଷତା କରି ବିଶ୍ବବିଦ୍ୟାଳୟର କୁଳପତି ତଥା ରାଜ୍ୟପାଳ ଆର.ଏନ.ରବି ମନ୍ତ୍ରୀଙ୍କ ଏଭଳି ବିବାଦୀୟ ମନ୍ତବ୍ୟକୁ ଖଣ୍ଡନ କରିଥିଲେ। ସେ କହିଲେ ଯେ, ହିନ୍ଦୀକୁ ଲାଗୁ କରିବା ବିରୋଧରେ ଡିଏମକେର ଆଭିମୁଖ୍ୟକୁ ମନ୍ତ୍ରୀ ଦୋହରାଇଛନ୍ତି। ଯେ କୌଣସି ବ୍ୟକ୍ତି ଉପରେ ହିନ୍ଦୀ କିମ୍ବା ଅନ୍ୟ ଭାଷା ପ୍ରୟୋଗ କରିବା ଉପରେ କୌଣସି ରୋକ ଲଗାଯାଇନାହିଁ। ପନ୍ମୁଦି ନିଜ ମାତୃଭାଷାକୁ ଭଲ ପାଇବା ପ୍ରଶଂସନୀୟ। କିନ୍ତୁ ଅନ୍ୟଭାଷାକୁ ସମାଲୋଚନା କରିବା ଠିକ୍‌ ନୁହେଁ। ଇଂରାଜୀ ଏବଂ ତାମିଲ ଭାଷା ଦୀର୍ଘଦିନ ଧରି ତାମିଲନାଡୁରେ ପ୍ରଚଳିତ ରହିଛି। ଏହା ଆଗାମୀ ଦିନରେ ବି ଜାରି ରହିବ ବୋଲି ମନ୍ତ୍ରୀଙ୍କ ଉକ୍ତିରୁ ସ୍ପଷ୍ଟ ବୁଝି ହେଉଛି। ଅନ୍ୟପଟେ କେନ୍ଦ୍ର ସରକାର ଯେଉଁ ହିନ୍ଦୀ ଭାଷାର ପ୍ରଚଳନ ଉପରେ ଗୁରୁତ୍ବ ଦେଉଛନ୍ତି ତାହା ବି ପ୍ରଶଂସନୀୟ। କିନ୍ତୁ ହିନ୍ଦୀ ଶିଖିଗଲେ ଯେ ଚାକିରି ମିଳିବ ଏବଂ ଏଠାରେ ହିନ୍ଦୀ କହୁଥିବା ଲୋକ ଗୁପ୍‌ଚୁପ୍‌ ବିକୁଛନ୍ତି ଏହି ଦୁଇଟି ବାକ୍ୟ ଭିତରେ ଅନେକ ସାମଞ୍ଜସ୍ୟ ରହିଛି। ହିନ୍ଦୀ ଶିଖିଲେ ଏଭଳି ରୋଜଗାର ମିଳିବ ବୋଲି ମନ୍ତ୍ରୀଙ୍କ ଭାବନା ଭୁଲ।

ସେ ଏହା ମଧ୍ୟ କହିଛନ୍ତି ଯେ ନୂତନ ଶିକ୍ଷା ନୀତିର ଭଲ ଯୋଜନା ଗ୍ରହଣ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ। କିନ୍ତୁ ହିନ୍ଦୀ ଲାଗୁ କରାଯିବା ଉଚିତ ନୁହେଁ ଏବଂ ଛାତ୍ରଛାତ୍ରୀମାନେ ଯେକୌଣସି ଭାଷାକୁ ତୃତୀୟ ବିକଳ୍ପ ଭାବରେ ବାଛି ପାରିବେ, କିନ୍ତୁ ରାଜ୍ୟ ପୂର୍ବ ପ୍ରଚଳିତ ବ୍ୟବସ୍ଥାକୁ ହିଁ ଅନୁସରଣ କରିବ । ପନ୍ମୁଦିଙ୍କ ହିନ୍ଦୀ ଲାଗୁ କରିବା ଦାବିକୁ ପୁରାପୁରି ଖଣ୍ଡନ କରି ତାମିଲକୁ ଅଧିକ ଗୁରୁତ୍ବ ଦେଇଛନ୍ତି ।  ତାମିଲନାଡୁ କିମ୍ବା  କାହାରି ଉପରେ କେନ୍ଦ୍ର ସରକାର କୌଣସି ଭାଷାକୁ ନେଇ ଲଦିଦେବା କିଛି ଲୋକଙ୍କ ଦ୍ୱାରା ଏଭଳି ଭାବନା ସୃଷ୍ଟି କରାଯାଉଛି, ଯାହାକି ସମ୍ପୂର୍ଣ୍ଣ ଅମୂଳକ। 'ସେ କହିଛନ୍ତି ଯେ ପ୍ରକୃତରେ ନୂତନ ଶିକ୍ଷା ନୀତିର ସମ୍ପୂର୍ଣ୍ଣ ମାତୃଭାଷା ଏବଂ ଆଞ୍ଚଳିକ ଭାଷାରେ ଅଧ୍ୟୟନ ଉପରେ ଗୁରୁତ୍ୱ ଦିଆଯାଇଛି।  ନିକଟରେ ପ୍ରଧାନ ବିଚାରପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଞ୍ଚଳିକ ଭାଷାକୁ ରାଜ୍ୟ ତଥା ନ୍ୟାୟପାଳିକାର ଭାଷା କରିବା ପ୍ରସଙ୍ଗ ଉଠାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe