କେନ୍ଦ୍ର ସରକାରଙ୍କୁ ୨ କୋଟି କୋଭିସିଲ୍ଡ ଡୋଜ୍‌ ମାଗଣାରେ ଦେବ ସିରମ୍‌

କେନ୍ଦ୍ର ସରକାରଙ୍କୁ ୨ କୋଟି କୋଭିସିଲ୍ଡ ଡୋଜ୍‌ ମାଗଣାରେ ଦେବ ସିରମ୍‌

ନୂଆଦିଲ୍ଲୀ : ସିରମ ଇନ‌ଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସ୍‌ଆଇଆଇ) କେନ୍ଦ୍ର ସରକାରଙ୍କୁ ୨ କୋଟି କୋଭିସିଲ୍ଡ ଡୋଜ୍‌ ମାଗଣାରେ ଦେବ। ଚୀନ୍‌ ସମେତ କିଛି ରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ିଥିବାବେଳେ ସିରମ୍‌ ଇନଷ୍ଟିଚ୍ୟୁଟ ଏହି ସମୟରେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମିଳିଥିବା ସୂଚନାନୁଯାୟୀ ଏସ୍‌ଆଇଆଇର ସରକାରୀ ଏବଂ ନିୟାମକ ବ୍ୟାପାର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂହ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ଏକ ଚିଠି ଲେଖି ୪୧୦ କୋଟି ଟଙ୍କାର ଡୋଜ୍‌ ଦେବାପାଇଁ ଅଫର୍‌ ଦେଇଛନ୍ତି। ଜାତୀୟ ଟିକ‌ାକରଣ କାର୍ଯ୍ୟକ୍ରମ ପାଇଁ ଏସ୍‌ଆଇଆଇ ପକ୍ଷରୁ ଏଯାବତ କେନ୍ଦ୍ର ସରକାରଙ୍କୁ ୧୭୦ କୋଟିରୁ ଅଧିକ କୋଭିସିଲ୍ଡ ଡୋଜ୍‌ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe