ତେହେରାନ: ଇରାନରେ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ଆନ୍ଦୋଳନ ହିଂସାତ୍ମକ ବିଦ୍ରୋହର ରୂପ ନେଇଥିବା ବେଳେ ଏବେ ଏହା ଯୁଦ୍ଧ ଆଡ଼କୁ ଗତି କରୁଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ଶାସନର ପରିସମାପ୍ତି ପାଇଁ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ସଙ୍କେତ ଦେବା ସହ ବଡ଼ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ଭବ ବୋଲି କହିଛନ୍ତି। ଆମେରିକା ସହିତ ତାଳଦେଇ ଇସ୍ରାଏଲ ମଧ୍ୟ ଇରାନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ଏବଂ ହାଇଆଲର୍ଟରେ ରହିଛି। ଇରାନ ସରକାରର କଡ଼ା ଦମନ ସତ୍ତ୍ୱେ ଦେଶରେ ବିକ୍ଷୋଭ ଜାରି ରହିଥିବାରୁ ଏହା ଶାସନ ପରିବର୍ତ୍ତନ ପାଇଁ ଆମେରିକା ଓ ଇସ୍ରାଏଲ ନିମନ୍ତେ ବଡ଼ ସୁଯୋଗ ସୃଷ୍ଟି କରିଛି।
ଆକ୍ରମଣ ପାଇଁ ଆମେରିକା-ଇସ୍ରାଏଲର ଯୋଜନା
ପ୍ରତିଶୋଧ ନେବୁ: ତେହେରାନ
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ଏବଂ ଇସ୍ରାଏଲର ସାଂପ୍ରତିକ ରଣନୀତି ସୂଚାଉଛି ଯେ ବିକ୍ଷୋଭକୁ କେନ୍ଦ୍ର କରି ଏକ ବୃହତ୍ତର ଯୁଦ୍ଧର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଇରାନର ପରମାଣୁ କାର୍ଯ୍ୟକ୍ରମ ଓ ଆଞ୍ଚଳିକ ପ୍ରଭାବକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଆମେରିକା-ଇସ୍ରାଏଲ ମେଣ୍ଟ ଏଥର ନିର୍ଣ୍ଣାୟକ ଲଢ଼େଇରେ ଅବତୀର୍ଣ୍ଣ ହୋଇପାରନ୍ତି ବୋଲି ସାମରିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅନ୍ୟପକ୍ଷରେ ଆକ୍ରମଣ ସ୍ଥିତିରେ ଇରାନ ଭୟାନକ ପ୍ରତିଶୋଧ ନେବ ବୋଲି ଆଜି ସଂସଦରେ ଘୋଷଣା କରିଛି। ଆମେରିକା ଓ ଇସ୍ରାଏଲର ସେନାବାହିନୀ, ସାମରିକ ପ୍ରତିଷ୍ଠାନ, ଯୁଦ୍ଧଜାହାଜ ଓ ଯୁଦ୍ଧବିମାନକୁ ଆମେ ଟାର୍ଗେଟ୍ କରିବୁ ବୋଲି ଇରାନ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ଇରାନକୁ ନେଇ ଉପୁଜିଥିବା ଏହି ସଙ୍କଟ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ବଢ଼ାଇ ଦେଇଛି ଏବଂ ଯୁଦ୍ଧ ଆରମ୍ଭ ହେଲେ ବିଶ୍ୱ ଅର୍ଥନୀତିକୁ ଏହା ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି।
Sundargarh Signing: କୃତଜ୍ଞତା ଜ୍ଞାପନ କଲେ ଆଗକୁ ବଢ଼ିପାରିବା: ସୌମ୍ୟ ରଂଜନ
ଇରାନ ଉପରେ ଆମେରିକାର ଯେ କୌଣସି ଆକ୍ରମଣ ଇସ୍ରାଏଲକୁ ମଧ୍ୟ ସାଂଘାତିକ ଭାବେ ବିପଦଗ୍ରସ୍ତ କରିବ। ସେଥିପାଇଁ ଆଜି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୁରକ୍ଷା ସ୍ଥିତିର ସମୀକ୍ଷା କରିବା ସହ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସେନାବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଆମେରିକାର ସାମରିକ ଅଧିକାରୀମାନେ ଟ୍ରମ୍ପଙ୍କୁ ଇରାନ ଉପରେ ଆକ୍ରମଣ ଯୋଜନା ସଂକ୍ରାନ୍ତ ରଣନୀତି ବାବଦରେ ବିସ୍ତୃତ ଭାବେ ଅବଗତ କରିଛନ୍ତି। ତେହେରାନର ସାମରିକ ସ୍ଥଳଗୁଡ଼ିକୁ ଆକ୍ରମଣ କରିବା ଉପରେ ପେଣ୍ଟାଗନ ଗୁରୁତ୍ବ ଦେଉଛି। ଏହା ଅକ୍ଟୋବର ୨୦୨୫ରେ ଇରାନର ପରମାଣୁ ସ୍ଥଳଗୁଡ଼ିକୁ ଆକ୍ରମଣ କରିଥିବା ‘ଅପରେସନ୍ ମିଡ୍ନାଇଟ୍ ହାମର’ର ପରବର୍ତ୍ତୀ ପଦକ୍ଷେପ ହୋଇପାରେ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓଙ୍କ ସହ ଫୋନ୍ରେ ଆଲୋଚନା କରି ସୁରକ୍ଷା ପଦକ୍ଷେପ ସଂପର୍କରେ ସୂଚନା ଦେଇଛନ୍ତି। ଇରାନ ‘ରିଭୋଲ୍ୟୁସନାରୀ ଗାର୍ଡସ୍’କୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବାକୁ ଇସ୍ରାଏଲ ଆହ୍ୱାନ ଦେଇଛି।
Trump Threat Cuba: କ୍ୟୁବାକୁ ଟ୍ରମ୍ପଙ୍କ ଧମକ: ବିଳମ୍ବ ନକରି ଚୁକ୍ତି କର
Follow Us