ୱାସିଂଟନ: ଆମେରିକା ଆକାଶରେ ଚିହ୍ନଟ ହୋଇଥିବା ଚୀନ୍ର ଗୁଇନ୍ଦା ବେଲୁନ୍ ୩ଟି ବସ୍ ଆକାରର। ଏହାର ଲମ୍ବ ୧୩୦ ଫୁଟ ଏବଂ ଚଉଡ଼ା ୧୨୦ ଫୁଟ। ଏହା ୮୦ ହଜାର ଫୁଟ ଉଚ୍ଚରେ ଉଡ଼ିପାରିବ ଏବଂ ଅନେକ ଯୁଦ୍ଧାସ୍ତ୍ର ମଧ୍ୟ ବହନ କରିବାକୁ ସକ୍ଷମ। ବିଭିନ୍ନ ଯନ୍ତ୍ରପାତି ଖଚ୍ଚିତ ହୋଇଥିବା ଏହି ବେଲୁନର ସ୍ବତନ୍ତ୍ର ନିରୀକ୍ଷଣ କ୍ଷମତା ରହିଛି। ଆମେରିକା ପକ୍ଷରୁ ଏହି ବେଲୁନକୁ ଲଗାତାର ଯାଞ୍ଚ କରାଯାଉଛି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହି ବେଲୁନ ଆମେରିକା ଆକାଶରେ ରହିବ ବୋଲି ଅନୁମାନ କରାଯାଉଛି। ହ୍ବାଇଟ୍ ହାଉସ ପ୍ରେସ ସଚିବ କାରିନ ଜିନ ପିରେ କହିଛନ୍ତି, ଚୀନ୍ର ଏଭଳି ପଦକ୍ଷେପ ଦ୍ବାରା ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ହୋଇଛି। ତାଇୱାନ ଏବଂ ଫିଲିପାଇନ୍ସକୁ ସୁରକ୍ଷା ଦେବାନେଇ ଆମେରିକାର ରଣନୀତିକୁ ଘୋର ବିରୋଧ କରିଆସୁଥିବା ଚୀନ୍ ଏହି ବେଲୁନ ମାଧ୍ୟମରେ ଆମେରିକାକୁ କଡ଼ା ବାର୍ତ୍ତା ଦେବାକୁ ଚାହୁଛି। ଚୀନ୍ କହିଛି ଯେ ଏହି ଏୟାରସିପ୍ କେବଳ ଗବେଷଣା କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us