ଭାରତ-ନ୍ୟୁଜିଲାଣ୍ଡ୍‌ ବିଶ୍ବକପ୍‌ ମ୍ୟାଚ୍‌ ଦେଖିବା ବେଳେ କେତେ ଟଙ୍କିଆ ସାର୍ଟ ପିନ୍ଧିଥିଲେ ଅନୁଷ୍କା

Advertisment
ଭାରତ-ନ୍ୟୁଜିଲାଣ୍ଡ୍‌ ବିଶ୍ବକପ୍‌ ମ୍ୟାଚ୍‌ ଦେଖିବା ବେଳେ କେତେ ଟଙ୍କିଆ ସାର୍ଟ ପିନ୍ଧିଥିଲେ ଅନୁଷ୍କା

ମୁମ୍ବାଇ: ବୁଧବାର ଦିନ ମୁମ୍ବାଇସ୍ଥିତ ‌‌ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ଚାଲିଥିବା ବିଶ୍ବକପ୍‌ ସେମି-ଫାଇନାଲ୍‌ ମ୍ୟାଚ୍‌ ଦେଖିବା ବ‌େଳେ ଚଳଚ୍ଚିତ୍ର ଅଭିନେତ୍ରୀ ତଥା କ୍ରିକେଟ୍‌ ଖେଳାଳି ବିରାଟ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଗୋଟାଏ ଚମତ୍କାର ସାର୍ଟ ପିନ୍ଧିଥିଲେ।

ଷ୍ଟାଡିୟମ୍‌ରେ ଦର୍ଶକମାନଙ୍କ ଗହଣରେ ଥାଇ ଅନୁଷ୍କା ସ୍ବାମୀ ବିରାଟ କୋହଲି ଏବଂ ଟିମ୍‌ ଇଣ୍ଡିଆକୁ ଉତ୍ସାହିତ କରୁଥିବା କଥା ‌ଉତ୍ତୋଳିତ ଅନେକ ଫଟୋ ଓ ଭିଡିଓରେ ଦେଖାଯାଉଛି। କିନ୍ତୁ, ସେତେବେଳେ ସବୁଠୁ ଚିତ୍ତାକର୍ଷକ ଥିଲା ଅନୁଷ୍କା ପିନ୍ଧିଥିବା ସାର୍ଟଖଣ୍ଡିକ।

ନିଜ ମାପଠାରୁ ଅଧିକ ବଡ଼ ଦିଶୁଥିବା ଉକ୍ତ ଆରାମପ୍ରଦ ସାର୍ଟ ସଙ୍ଗକୁ ଅନୁଷ୍କା ମେଳ ଖାଉଥିବା ‘ସର୍ଟସ୍‌’ (ହାଫ୍‌-ପ୍ୟାଣ୍ଟ୍‌) ପିନ୍ଧିଥିଲେ। ଦୁଇଟି ସେଟ୍‌ର ଏହି ଧଳା ସାର୍ଟରେ କଳା ଓ ଉଜ୍ଜ୍ବଳ ସବୁଜ ରଙ୍ଗର ବଡ଼ ବଡ଼ ଫୁଲ ଛାପା ରହିଥିଲା।

Anushka Sharma Image Courtesy of India Today

ଅନୁଷ୍କା ପରିଧାନ କରିଥିବା ଏହି ପୋଷାକପତ୍ର ହେଉଛି ସ୍ବନ‌ାମଧନ୍ୟ ‌ଫେସନ୍‌ ଡିଜାଇନର୍‌ ଧ୍ରୁବ କପୁରଙ୍କ ଅନ୍‌-ଲାଇନ୍‌ ଷ୍ଟୋର୍‌ର। ଏହି ଫୁଲ-ଛାପା ବଡ଼ ସାର୍ଟର ମୂଲ୍ୟ ୧୯,୫୦୦ ଟଙ୍କା ବୋଲି ‘ଫେସନ୍‌ ପେଜ୍‌’ ‘ଡାଏଟ୍‌ସବ୍ୟ’ରୁ ଜଣାପଡ଼ିଛି। ସେଭଳି ସାର୍ଟ ସଙ୍ଗକୁ ଖାପ ଖାଉଥିବା ‘ସର୍ଟସ୍‌’ କିଣିଲେ ୨୭,୫୦୦ ଟଙ୍କା ପଡ଼ିବ ବୋଲି କମ୍ପାନି ୱେବ୍‌ସାଇଟ୍‌ରେ ଉଲ୍ଲେଖ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe