୪ରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ସିନ୍ଦେ ସରକାର

ଇର୍ଶାଲୱାଡ଼ି ଭୂସ୍ଖଳନରେ ଅନାଥ ହୋଇଥିବା ପିଲାଙ୍କୁ ପୋଷ୍ୟ କରିବେ ମୁଖ୍ୟମନ୍ତ୍ରୀ ସିନ୍ଦେ

India TV News

ମୁମ୍ବାଇ : ମହାରାଷ୍ଟ୍ର‌ରେ ଏକନାଥ ସିନ୍ଦେ ସରକାର ଆସନ୍ତା ୪ ତାରିଖରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ। ଗୋଆରେ ଥିବା ବିଦ୍ରୋହୀ ବିଧାୟକମାନେ ଆଜି ମୁମ୍ବାଇକୁ ଆସିବେ। ରାଜ୍ୟପାଳ ଜୁଲାଇ ୩-୪ରେ ୨ ଦିନିଆ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି। ୪ ତାରିଖରେ ସିନ୍ଦେ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ। ନୂଆ ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି, ଆମ ନିକଟରେ ୧୭୦ ବିଧାୟକଙ୍କ ସମର୍ଥନ ଅଛି। ଇତି ମଧ୍ୟରେ ବିଜେପି ବିଧାୟକ ରାହୁଲ ନର୍ବେକର ବିଧାନସଭା ବାଚସ୍ପତି ପଦ ପାଇଁ ଆବେଦନ କରିଛନ୍ତି। ଯଦି ଆବଶ୍ୟକ ପଡ଼େ ଜୁଲାଇ ୩ ତାରିଖରେ ଏହି ପଦ ପାଇଁ ନିର୍ବାଚନ ହେବ। ଗତବର୍ଷ ‌ଫେବ୍ରୁଆରିରେ କଂଗ୍ରେସର ନାନା ପାଟୋଲ ଇସ୍ତଫା ଦେବା ପରଠାରୁ ଏହି ପଦବି ଖାଲି ପଡ଼ିଛି।

ଗତକାଲି ଏକନାଥ ସି‌ନ୍ଦେ ମୁଖ୍ୟମନ୍ତ୍ରୀ ଓ ଦେବେ‌ନ୍ଦ୍ର ଫଡ଼ନାବିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ନୂଆ ସରକାରରେ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହୋଇନାହିଁ। ଖୁବ୍‌ ଶୀଘ୍ର ଏସଂକ୍ରାନ୍ତ ନିଷ୍ପତ୍ତି ନିଆଯିବ। ଇତି ମଧ୍ୟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଓବିସି ସଂରକ୍ଷଣ ସଂକ୍ରାନ୍ତରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ଏକନାଥ ସିନ୍ଦେ ଗତକାଲି ଶପଥ ଗ୍ରହଣ ଉତ୍ସବ ପରେ ଗୋଆ ଯାଇଥିଲେ। ଆଜି ସେ ପୁଣିଥରେ ମୁମ୍ବାଇ ଫେରିଛନ୍ତି। ମୁଖ୍ୟମନ୍ତ୍ରୀ ହେବାର ଦିନକ ପରେ ସି‌ନ୍ଦେ କହିଛନ୍ତି, କୃଷକଙ୍କୁ ସମସ୍ତ ସମର୍ଥନ ଦେବୁ ଏବଂ ମହାରାଷ୍ଟ୍ରକୁ ଆତ୍ମହତ୍ୟା ମୁକ୍ତ କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe