Newsdir3
ଅମୃତସର : ଆଫଗାନିସ୍ତାନରେ ସାଂଘାତିକ ସ୍ଥିତି ଉପୁଜିଛି। ଯୁଦ୍ଧ ପ୍ରବଣିତ ଆଫଗାନିସ୍ତାନର ଶିଖ୍ ଏବଂ ହିନ୍ଦୁ ସମ୍ପ୍ରଦାୟ ତାଲିବାନ୍ କବଳରୁ ରକ୍ଷା ପାଇବା ପାଇଁ ଅନ୍ତର୍ଜାତୀୟ ସମୁଦାୟର ସହଯୋଗ ଚାହିଛନ୍ତି। ଅତି ବିଳମ୍ବ ହେବା ପୂର୍ବରୁ ସେମାନଙ୍କୁ ସୁରକ୍ଷିତ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରିବାପାଇଁ ସେ କହିଛନ୍ତି। କାବୁଲ୍ର ଏକ ଗୁରୁଦ୍ବାରାର ସଭାପତି ଗୁରନାମ ସିଂହ କହିଛନ୍ତି, କାବୁଲରେ ପ୍ରାୟ ୧୫୦ ଶିଖ୍ ଏବଂ ହିନ୍ଦୁମାନେ ତାଲିବାନ୍ଙ୍କ ପାଇଁ ଅତ୍ୟନ୍ତ ଭୟରେ ଅଛନ୍ତି। ଗୁରନାମ କହିଛନ୍ତି, ଏଯାବତ ଆମେ କାବୁଲରେ ଅଛୁ ଏବଂ ସୁରକ୍ଷିତ ଅଛୁ। କିନ୍ତୁ ଆଗକୁ କ’ଣ ଘଟିବ ସେନେଇ ଆମେ ଭୟରେ ଅଛୁ। ସେ କହିଛନ୍ତି, ଅନ୍ୟ ହିନ୍ଦୁ ଏବଂ ଶିଖ୍ମାନେ ଭାରତ ଯିବାକୁ ଚାହିନାହାନ୍ତି। କାରଣ ସେଠାରେ ସେମାନଙ୍କ ପାଇଁ ଆର୍ଥିକ ସମର୍ଥନ ନାହିଁ।
Follow Us