ମାରିୟୁପୋଲ୍‌ ସ୍ଥିତି ସାଂଘାତିକ: ଲଗାତାର ଗୋଳାବର୍ଷା, ନୃଶଂସ ଆକ୍ରମଣ

Advertisment

ଆତ୍ମସମର୍ପଣ କଲେନି ମାରିୟୁପୋଲ୍‌ ସେନା‌, ଅନ୍ତର୍ଜାତୀୟ ସାହାଯ୍ୟ ମାଗିଲେ ମେରାଇନ୍‌ କମାଣ୍ଡର୍‌

ଆତ୍ମସମର୍ପଣ କଲେନି ମାରିୟୁପୋଲ୍‌ ସେନା‌, ଅନ୍ତର୍ଜାତୀୟ ସାହାଯ୍ୟ ମାଗିଲେ ମେରାଇନ୍‌ କମାଣ୍ଡର୍‌

ମାରିୟୁପୋଲ୍‌ ସ୍ଥିତି ସାଂଘାତିକ: ଲଗାତାର ଗୋଳାବର୍ଷା, ନୃଶଂସ ଆକ୍ରମଣ

DW

କିବ୍‌: ରୁଷ୍‌ର ଧମକ ସତ୍ତ୍ବେ ମାରିୟୁପୋଲ୍‌ରେ ଥିବା ୟୁକ୍ରେନ୍‌ ସୈନିକ ଅସ୍ତ୍ର ତ୍ୟାଗ କିମ୍ବା ଆତ୍ମସମର୍ପଣ କରୁନାହାନ୍ତି। ମଙ୍ଗଳବାର ଅପରାହ୍ନ ସୁଦ୍ଧା ରୁଷ୍‌ ପ୍ରଥମେ ମାରିୟୁପୋଲ୍‌ ସୈନିକଙ୍କୁ ଆତ୍ମସମର୍ପଣ ପାଇଁ ଧମକ ଦେଇଥିଲା। କିନ୍ତୁ କୌଣସି ଜଣେ ହେଲେ ବି ୟୁକ୍ରେନ୍‌ ସୈନିକ ଅସ୍ତ୍ର ତ୍ୟାଗ କରିନାହାନ୍ତି। ରୁଷ୍‌ ଆଜି ପୁଣି ଥରେ ମାରିୟୁପୋଲ୍‌ ସୈନିକଙ୍କୁ ଆତ୍ମସମର୍ପଣ ପାଇଁ ନୂଆ ସମୟ ଦେଇଥିଲା। ବୁଧବାର ଅପରାହ୍ନ ସୁଦ୍ଧା ଆତ୍ମସମର୍ପଣ କରିବା ପାଇଁ ସେମାନଙ୍କୁ କହିଥିଲା। କିନ୍ତୁ ଏହି ସମୟ ଅତିକ୍ରମ କରିଯାଇଥିଲେ ବି କୌଣସି ଜଣେ ହେଲେ ସୈନିକ ଆତ୍ମସମର୍ପଣ କରିନାହାନ୍ତି। ତେବେ ୟୁକ୍ରେନ୍‌ ମାରିୟୁପୋଲ୍‌ରେ ଆଦୌ ଆତ୍ମସମର୍ପଣ କରିବନି ବୋଲି କହିଛି। ଫଳରେ ମାରିୟୁପୋଲ୍‌ରେ ଅତି ସାଂଘାତିକ ମାନବୀୟ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ବନ୍ଦର ସହର ଦଖଲ ପାଇଁ ଯୁଦ୍ଧ ଚରମରେ ପହଞ୍ଚିଛି। ଲଗାତାର ଗୋଳାବର୍ଷା ହେଉଛି। ପରିସ୍ଥିତି ଅତ୍ୟନ୍ତ ଜଟିଳ ଏବଂ ଅପରିବର୍ତ୍ତିତ ରହିଛି ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ‌ଜେଲେନ୍‌ସ୍କି କହିଛନ୍ତି। ଆଗକୁ ପରିସ୍ଥିତି ଆହୁରି ଅତି ଖରାପ୍‌ ହେବ ବୋଲି ସେ କହିଛନ୍ତି। ରୁଷ୍‌ ମାରିୟୁପୋଲ୍‌ରେ ଆଜବଷ୍ଟଲ୍‌ ଷ୍ଟିଲ୍‌ ପ୍ଲାଣ୍ଟ୍‌ ଉପରେ ବଙ୍କର୍‌ ବିଧ୍ବଂସୀ ବୋମା ବ୍ୟବହାର କରି ଆକ୍ରମଣ କରୁଛି। ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ପରାମର୍ଶଦାତା ମିଖାଇଲେ ପୋଡ଼ଲ୍ୟାକ୍‌ କହିଛନ୍ତି, ଶିଶୁମାନଙ୍କର ହତ୍ୟା ସାରା ବିଶ୍ବ ଦେଖୁଛି, କିନ୍ତୁ ନିରବ ରହିଛି।

ଇତି ମଧ୍ୟରେ ୟୁକ୍ରେନ୍‌କୁ ଅଧିକ ସାମରିକ ସହାୟତା ଦେବାପାଇଁ ପଶ୍ଚିମ ରାଷ୍ଟ୍ରମାନେ ପ୍ରତିଶ୍ରୁତି ଦେଇଛନ୍ତି। ଆମେରିକା, କାନାଡ଼ା ଏବଂ ବ୍ରିଟେନ୍ ପରି ରାଷ୍ଟ୍ରମାନେ ୟୁକ୍ରେନ୍‌କୁ ଅଧିକ ଅସ୍ତ୍ର ପଠାଇବେ ବୋଲି କହିଛନ୍ତି। ମାରିୟୁପୋଲ୍‌ରେ ଏବେ ବି ୧ ଲକ୍ଷରୁ ଅଧିକ ଲୋକ ଫସି ରହିଛନ୍ତି। ବିଶେଷ କରି ମହିଳା, ଶିଶୁ ଏବଂ ବୟସ୍କଙ୍କ ଉଦ୍ଧାର ପାଇଁ ଏକ ମାନବୀୟ କରିଡର ଖୋଲିବା ପାଇଁ ୟୁକ୍ରେନ୍‌ ଉପପ୍ରଧାନମନ୍ତ୍ରୀ ଇରିନା ଭେରେସ୍ଚୁକ କହିଛନ୍ତି। ମାରିୟୁପୋଲ୍‌‌ରେ ଜଣେ ମେରାଇନ୍‌ କମାଣ୍ଡର୍‌ ଆଜି ଏକ ଭିଡିଓ ବାର୍ତ୍ତାରେ ଅନ୍ତର୍ଜାତୀୟ ସହଯୋଗ ପାଇଁ ଅନୁରୋଧ କରିଛନ୍ତି। ମେଜର ସେରହି ଭୋଲିନା କହିଛନ୍ତି, ତାଙ୍କ ସୈନ୍ୟଦଳ ଆତ୍ମସମର୍ପଶ କରିବେନି। କିନ୍ତୁ ଆଜବଷ୍ଟଲ୍‌ ଷ୍ଟିଲ୍‌ ପ୍ଲାଣ୍ଟ୍‌ରେ ଲୁଚି ରହିଥିବା ୫୦୦ ଆହତ ସୈନିକ ଏବଂ ଶତାଧିକ ମହିଳା ଓ ଶିଶୁଙ୍କ ପାଇଁ ସେ ଅନ୍ତର୍ଜାତୀୟ ସହଯୋଗ ଚାହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe