ମୋଦୀଙ୍କ କ୍ୟାବିନେଟ୍‌ରେ କିଛି ଦଳ କ୍ୟାବିନେଟ ପାହ୍ୟା ଚାହୁଁଥିବା ବେଳେ କିଛି ଦଳ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ କରୁଛନ୍ତି ଦାବି

Advertisment
ମୋଦୀଙ୍କ କ୍ୟାବିନେଟ୍‌ରେ କିଛି ଦଳ କ୍ୟାବିନେଟ ପାହ୍ୟା ଚାହୁଁଥିବା ବେଳେ କିଛି ଦଳ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ କରୁଛନ୍ତି ଦାବି

The Economic Times

ନୂଆଦିଲ୍ଲୀ: ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଶପଥ ନେବା ମୋଦୀଙ୍କର ସ୍ଥିର ହୋଇଛି। ଏନଡିଏର ସଂସଦୀୟ ଦଳ ବୈଠକରେ ଏନଡିଏର ନେତା ଭାବେ ମୋଦୀଙ୍କୁ ମନୋନୀତ କରିଛନ୍ତି ନବ ନିର୍ବାଚିତ ସାଂସଦ। ଆସନ୍ତା ୯ ତାରିଖ (ରବିବାର) ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । ଚଳିତ ନିର୍ବାଚନରେ ବିଜେପି ଏକାକୀ ବହୁମତ ପାଇନଥିଲେ ମଧ୍ୟ ଏନଡିଏ ସରକାର ଗଢିବାକୁ ମ୍ୟାଜିକ ନମ୍ବର ପାଇଛି। ବିଜେପି ୨୪୦ ଆସନ ପାଇଥିବା ବେଳେ ଟିଡିପି ୧୬, ଜେଡିୟୁ ୧୨, ଶିବସେନା ୭, ଏଲଜେପି(ଆର) ୫ଟି ଆସନ ପାଇଛନ୍ତି । କିଛି ଏଭଳି ସହଯୋଗୀ ଦଳର ସହଯୋଗ ବଳରେ ମୋଦୀ ୩.୦ ଯୁଗ ଆରମ୍ଭ ହୋଇଛି ।

ଅନ୍ୟପଟେ ଏନଡିଏରେ ଏମିତି କିଛି ସହଯୋଗୀ ଦଳ ରହିଛନ୍ତି ଯେଉଁମାନଙ୍କର ଦଳର ସାଂସଦଙ୍କ ସଂଖ୍ୟା ବହୁତ କମ କିନ୍ତୁ ସେମାନଙ୍କର ଦାବି ବହୁତ ବଡ଼। ଯେଉଁ ଦଳ ଗୁଡ଼ିକୁ ପ୍ରଧାନମନ୍ତ୍ରୀ ମୋଦୀ ଅଣଦେଖା ମଧ୍ୟ କରିପାରିବେ ନାହିଁ । କିନ୍ତୁ ଏହି ଦଳର ଦାବି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚିନ୍ତା ବଢାଇଛି । ଏନଡିଏରେ ଏମିତି ୧୦ଟି ଦଳ ରହିଛନ୍ତି ଯେଉଁମାନଙ୍କର ସାଂସଦ ସଂଖ୍ୟା ୧ କିମ୍ବା ୨ରେ ସୀମିତ। ସେଭଳି ଦଳ ଗୁଡିକ ମଧ୍ୟରେ ଆରଏଲଡିର ୨ ସାଂସଦ, ଜେଡିଏସ ଓ ଜନସେନା ପାର୍ଟିର ୨ ଜଣ ଲେଖାଏ ସାଂସଦ ରହିଛନ୍ତି ।

ଏହାବାଦ୍ ଅନୁପ୍ରିୟା ପଟେଲଙ୍କ ଅପନା ଦଳ, (ଏସ) ଜୀତନରାମ ମାଂଝୀଙ୍କ ହିନ୍ଦୁସ୍ତାନୀ ଆୱାମା ମୋର୍ଚ୍ଚା(ଏସ), ଅଜିତ ପାୱାରଙ୍କ ଏନସିପି, ପ୍ରେମ ସିଂ ତମାଙ୍ଗଙ୍କ ଏସକେଏମ, ଆସାମ ଗଣ ପରିଷଦ, ଅଲ୍ ଝାଡଖଣ୍ଡ ଷ୍ଟୁଡେଣ୍ଟସ ୟୁନିୟନ, ୟୁପିପିଏଲର ଜଣେ ଲେଖାଏ ସାଂସଦ ରହିଛନ୍ତି । ଏହି ୧୦ ଦଳ ପାଖରେ ୧୩ ଜଣ ସାଂସଦ ରହିଛନ୍ତି । କିନ୍ତୁ ଏମାନଙ୍କର ଦଳର ଅନେକ ହେଭିୱେଟ ଚେହେରା ମଧ୍ୟ ରହିଛନ୍ତି ଯେଉଁମାନଙ୍କୁ ଅଣଦେଖା କରିବା ବିଜେପି ପକ୍ଷେ ସମ୍ଭବପର ନୁହେଁ । କିନ୍ତୁ ଏହି ଦଳ ଗୁଡିକ ମୋଦୀଙ୍କ ତୃତୀୟ ପାଳିରେ ବଡ଼ ପଦବୀ ପାଇବା ଆଶାରେ ରହିଛନ୍ତି । କିଛି ଦଳ କ୍ୟାବିନେଟ ପାହ୍ୟା ଚାହୁଁଥିବା ବେଳେ କିଛି ଦଳ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଦାବି କରୁଛନ୍ତି । ଏଭଳି ସ୍ଥଳେ ପ୍ରଧାନମନ୍ତ୍ରୀ କାହାକୁ କିଭଳି ସନ୍ତୁଷ୍ଟ କରିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe