ବାପାକୁ ହତ୍ୟା କଲା ପୁଅ: ଖଣ୍ଡଖଣ୍ଡ କରି ଫିଙ୍ଗିଲେ ମାଆ-ପୁଅ

Advertisment
ଯୁବକଙ୍କୁ ପିଟି ଲହୁଲୁହାଣ ପରେ ହତ୍ୟା

DNA India

କୋଲକାତା: ଦିଲ୍ଲୀରେ ଶ୍ରଦ୍ଧା ୱାକରଙ୍କ ଭୟଙ୍କର ହତ୍ୟାକାଣ୍ଡ ଭଳି ଆଉ ଏକ ହତ୍ୟା ଖବର ପଶ୍ଚିମବଙ୍ଗରେ ଘଟିଛି। ଭାରତୀୟ ନୌସେନାର ଅବସରପ୍ରାପ୍ତ ଅଣ-କମିଶନ ଅଫିସରଙ୍କୁ ମାଆ-ପୁଅ ହତ୍ୟା କରି ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗି ଦେଇଛନ୍ତି। ପୁଲିସ ସୂତ୍ରରୁ ଜଣାପଡ଼ିଛି, ୨୦୦୦ ମସିହାରେ ନୌସେନାରୁ ଅବସର ନେଇଥିବା ଉଜ୍ଜ୍ବଳ ଚକ୍ରବର୍ତ୍ତୀ(୫୫)ଙ୍କୁ ବାରୁଇପୁରସ୍ଥିତ ବାସଭବନରେ ତାଙ୍କ ପୁଅ ହତ୍ୟା କରିଥିଲା। ମୃତଦେହକୁ ଛଅ ଖଣ୍ଡ କରି କାଟି ଏକାଧିକ ସ୍ଥାନରେ ଫିଙ୍ଗି ଦେଇଥିଲା। ଉଭୟ ମା ଓ ପୁଅଙ୍କୁ ଗିରଫ କରାଯାଇଛି। ପରୀକ୍ଷା ଫିସ ଦେୟକୁ ନେଇ ଉଜ୍ଜ୍ବଳ ତାଙ୍କ ପରିବାର ସଦସ୍ୟଙ୍କ ଯୁକ୍ତିତର୍କ କରିଥିଲେ। ମଦ ପିଇ ଅବାନ୍ତର ଯୁକ୍ତି କରୁଥିବାରୁ ପୁଅ ଉତ୍‌କ୍ଷିପ୍ତ ହୋଇ ତାଙ୍କ ତଣ୍ଟି ଚିପି ଦେଇଥିଲା। ମୃତଦେହକୁ ଫିଙ୍ଗିବା ପାଇଁ ମାଆ-ପୁଅ ଯୋଜନା କରିଥିଲେ। ତାଙ୍କୁ ୬ ପିସ୍‌ କରି କାଟି ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲେ। ନିକଟସ୍ଥ ପୋଖରୀରୁ ମୃତକଙ୍କ ଶରୀର ଉଦ୍ଧାର କରାଯାଇ ଥିବାବେଳେ ଅନ୍ୟସ୍ଥାନରେ ଥିବା ଅଳିଆ ଆବର୍ଜନାରୁ ଶରୀରର କଟା ଅଂଶ ଉଦ୍ଧାର କରାଯାଇଛି ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe