ରାଡାର ଅଚଳ, ସ୍ପାଇସ୍‌ ଜେଟ୍ କାର୍ଗୋ ବିମାନ ଲେଉଟିଲା: ରାୟପୁର-ଇନ୍ଦୋର ଇଣ୍ଡିଗୋ ବିମାନ କ୍ୟାବିନ୍‌ରେ ଧୂଆଁ

କାରଣ ଦର୍ଶାଅ ନୋଟିସ୍‌ ଜାରି କଲା ଡିଜିସିଏ

ବିମାନ ଭିତରେ ସିଗାରେଟ ଟାଣି ବୃଦ୍ଧ ଗିରଫ

Image Courtesy of India TV

ନୂଆଦିଲ୍ଲୀ: ସ୍ପାଇସ୍ ଜେଟ୍‌ର ବୋଇଂ ୭୩୭ ମାଲବାହୀ ବିମାନ କୋଲକାତାରୁ ଚୀନ୍‌ର ଚଂକିଂ ସହରକୁ ଯିବାର ଥିଲା। କିନ୍ତୁ ପାଣିପାଗ ରାଡାର କାମ ନ କରିବାରୁ ମଙ୍ଗଳବାର ଏହା ଅଧାବାଟରୁ ପୁଣି କୋଲକାତା ଫେରିଆସିବାକୁ ବାଧ୍ୟ ହୋଇଥିଲା। ଗତକାଲି ସକାଳେ ମଧ୍ୟ ଦିଲ୍ଲୀରୁ ଦୁବାଇ-ଗାମୀ ଏକ ସ୍ପାଇସ୍‌ ଜେଟ୍‌ର ଇନ୍ଧନ ଟାଙ୍କିରେ ଲିକ୍ ହୋଇଥିବା ସନ୍ଦେହ ହେବାରୁ ଏହାକୁ କରାଚୀରେ ଜରୁରୀ ଅବତରଣ କରାଯାଇଥିଲା। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଉକ୍ତ ଏୟାର୍‌ଲାଇନ୍‌ର ପରିଚାଳନା କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଅନ୍ୟପକ୍ଷରେ ଆଜି ଏକ ଇଣ୍ଡିଗୋ ଏୟାରବସ୍‌ ଏ୩୨୦ (ଭିଟି-ଆଇଜେୱାଇ) ରାୟପୁରରୁ ଉଡ଼ାଣ ଆରମ୍ଭ କରି ଇନ୍ଦୋର ବିମାନବନ୍ଦରରେ ଅବତରଣ କରିବାପରେ ବିମାନରେ ଧୂଆଁ ଦେଖାଦେଇଥିଲା। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଖାଲି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe