sri lanka
Terrorism : ପାକିସ୍ତାନ ରାଜଧାନୀ ଇସ୍ଲାମାବାଦରେ ଗତ ୧୦ ତାରିଖରେ ହୋଇଥିବା ବୋମା ବିସ୍ଫୋରକୁ ନେଇ ଆଶଙ୍କାରେ ପଡ଼ିଯାଇଛି ପାକିସ୍ତାନ ଗସ୍ତରେ ଥିବା ଶ୍ରୀଲଙ୍କା ଟିମ । ଦଳର ଖେଳାଳିମାନଙ୍କ ପୂର୍ବ ଆକ୍ରମଣ କଥା ମନେପଡ଼ିଯାଉଛି । ଏଣୁ ସେମାନେ ଆଶଙ୍କାରେ ରହିଛି ।
ଇସଲାମାବାଦରେ ହୋଇଥିବା ଆତ୍ମଘାତୀ ବୋମା ବିସ୍ଫୋରଣ ପାକିସ୍ତାନ ବନାମ ଶ୍ରୀଲଙ୍କା ଦିନିକିଆ ସିରିଜକୁ ପ୍ରଭାବିତ କରିଛି । ସୁରକ୍ଷା ଦୃଷ୍ଟିରୁ କିଛି ଶ୍ରୀଲଙ୍କା ଖେଳାଳି ଦିନିକିଆ ସିରିଜରେ ଖେଳିବାକୁ ମନା କରୁଛନ୍ତି। ଏହା ଫଳରେ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି । ଫଳରେ ଦ୍ୱିତୀୟ ଦିନିକିଆ ଗୁରୁବାର ପରିବର୍ତ୍ତେ ଶୁକ୍ରବାର ଖେଳାଯାଇଥିଲା।
ଆହୁରି ପଢନ୍ତୁ : ICSE 10th Exam: ଫେବ୍ରୁଆରି ୧୭ରୁ ଆଇସିଏସଇ ୧୦ମ ବୋର୍ଡ ପରୀକ୍ଷା
୨୦୦୯ରେ ଶ୍ରୀଲଙ୍କା ଟିମ ବସ ଉପରେ ହୋଇଥିଲା ଆକ୍ରମଣ
ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ପାକିସ୍ତାନରେ ହୋଇଥିବା ଆକ୍ରମଣ କ୍ରିକେଟ ଇତିହାସରେ ଏକ ଦୁର୍ଭାଗ୍ୟଜନକ ଘଟଣା ଥିଲା। ୨୦୦୯ ମସିହାରେ ଲାହୋର ସହରରେ ଶ୍ରୀଲଙ୍କା ଦଳର ବସ୍ ଉପରେ ସଶସ୍ତ୍ର ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ କେତେକ ପୁଲିସ କର୍ମଚାରୀ ମୃତ୍ୟୁବରଣ କରିଥିଲେ ଓ ଅନେକ ଖେଳାଳି ଆହତ ହୋଇଥିଲେ। ଏହା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପାକିସ୍ତାନରେ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଆୟୋଜନ ଅସମ୍ଭବ ହୋଇପଡ଼ିଥିଲା।
Follow Us