କେରଳରେ ଷ୍ଟାଡିୟମ ଗ୍ୟାଲେରି ଭୁଶୁଡ଼ି ୬୦ ଆହତ

Advertisment
କେରଳରେ ଷ୍ଟାଡିୟମ ଗ୍ୟାଲେରି ଭୁଶୁଡ଼ି ୬୦ ଆହତ

PTI

ମାଲାପୁରମ୍: ଉତ୍ତର କେରଳ ଜିଲ୍ଲାର ୱାଣ୍ଡୋର ନିକଟ ମାଲାପୁରମଠାରେ ଥିବା ଏକ ଫୁଟବଲ ଷ୍ଟାଡିୟମରେ ଏକ ଅଘଟଣ ଘଟିଛି। ଫୁଟବଲ ଖେଳ ଚାଲିଥିବା ସମୟରେ ଅସ୍ଥାୟୀ ଭାବେ ନିର୍ମିତ ଗ୍ୟାଲେରି ଭୁଷୁଡି ଯାଇଛି। ଶନିବାର ବିଳମ୍ବିତ ରାତିରେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଅଘଟଣରେ ପ୍ରାୟ ୬୦ ଦର୍ଶକ ଆହତ ହୋଇଥିବା ପୁଲିସ କହିଛି।

ସମସ୍ତ ଆହତଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ପୁଙ୍ଗୋଡୁରୁ ନିକଟରେ ଥିବା ଏହି ଷ୍ଟାଡିୟମରେ ପ୍ରାୟ ୨୦୦୦ ଦର୍ଶକ ବସିବା ଭଳି ଅସ୍ଥାୟୀ ଗ୍ୟାଲେରି ନିର୍ମାଣ କରାଯାଇଥିଲା। ଉକ୍ତ ଷ୍ଟାଡିୟମରେ  ୭ଟି ଫୁଟବଲ ମ୍ୟାଚ ଖେଳାଯିବା ଯୋଜନା ଥିଲା। ଷ୍ଟାଡିୟମ ନିକଟବର୍ତ୍ତୀ ଗାଁଗୁଡିକରେ ଫୁଟବଲ ପ୍ରିୟ ଦର୍ଶକ ଥିବାରୁ ଖେଳ ଦେଖିବାକୁ ଭିଡ଼ ହୋଇଥିଲା । ରାତି ପ୍ରାୟ ୯ଟାରେ ଦୁଇଟି ଆଞ୍ଚଳିକ ଟିମର ମ୍ୟାଚ ଚାଲିଥିବାବେଳେ ନିକଟସ୍ଥ ଗାଁର ବହୁ ଲୋକ ଗ୍ୟାଲେରିରେ ବସି ଫୁଟବଲ ଖେଳ ଉପଭୋଗ କରୁଥିଲେ। ଏହି ସମୟରେ ହଠାତ ଗ୍ୟାଲେରିଟି ଭାଙ୍ଗି ପଡ଼ିଥିଲା। ତେବେ କେହି ଗୁରୁତର ହୋଇ ନଥିବା ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe