୨୦ ତାରିଖରେ ବନ୍ଦ ରହିବ ଷ୍ଟକ ବଜାର

ଆସନ୍ତା ନଭେମ୍ବର ୨୦ ବୁଧବାର ମହାରାଷ୍ଟ୍ରରେ ନିର୍ବାଚନ ଯୋଗୁଁ ଷ୍ଟକ ବଜାରରେ ଛୁଟି ରହିବ । ଅର୍ଥାତ୍ ସେହିଦିନ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ କୌଣସି କାରବାର ହେବ ନାହିଁ । 

bse

ମୁମ୍ବାଇ:  ଆସନ୍ତା ନଭେମ୍ବର ୨୦ ବୁଧବାର ମହାରାଷ୍ଟ୍ରରେ ନିର୍ବାଚନ ଯୋଗୁଁ ଷ୍ଟକ ବଜାରରେ ଛୁଟି ରହିବ । ଅର୍ଥାତ୍ ସେହିଦିନ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ କୌଣସି କାରବାର ହେବ ନାହିଁ । 

ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୨୦ରେ ଭୋଟ ଗ୍ରହଣ ହେବ । ଗୋଟିଏ ପର୍ଯ୍ୟାୟରେ ଏହି ଭୋଟଗ୍ରହଣ ହେବ । ଏଥିପାଇଁ ଷ୍ଟକ ମାର୍କେଟରେ ଛୁଟି ଘୋଷଣା କରାଯାଇଛି । ଏ ନେଇ ଷ୍ଟକ ମାର୍କେଟ ପକ୍ଷରୁ ଆନୁଷ୍ଠାନିକ ସୂଚନା ଦିଆଯାଇଛି। ସେହିଦିନ ମୁଦ୍ରା ବଜାର ଏବଂ କମୋଡିଟି ଏକ୍ସଚେଞ୍ଜରେ ମଧ୍ୟ ଛୁଟି ରହିବ । ଆର୍ଥିକ ରାଜଧାନୀ ମୁମ୍ବାଇରେ ଷ୍ଟକ ବଜାର ବନ୍ଦ ରହୁଥିବାରୁ ଦେଶର ଅନ୍ୟ ଷ୍ଟକ ବଜାରରେ ବି କାରବାର ହେବ ନାହିଁ ।

ନଭେମ୍ବରରେ ମୋଟ ୧୨ ଦିନ ପାଇଁ ଷ୍ଟକ ମାର୍କେଟ ବନ୍ଦ ରହିବ ଏବଂ ଏହାର କାରଣ ହେଉଛି ପର୍ବପର୍ବାଣୀ ଓ ସ୍ୱତନ୍ତ୍ର ଛୁଟି । ନଭେମ୍ବର ୧ ତାରିଖ ଶୁକ୍ରବାର ଦୀପାବଳି ଅବସରରେ ଷ୍ଟକ ମାର୍କେଟ ବନ୍ଦ ରହିଥିଲା। ଏହାପରେ ନଭେମ୍ବର ୧୫ ତାରିଖ ଶୁକ୍ରବାର ଦିନ ଗୁରୁ ନାନକ ଜୟନ୍ତୀ ଯୋଗୁଁ ଷ୍ଟକ ବଜାର ବନ୍ଦ ରହିବ। ଏହାପରେ ନଭେମ୍ବର ୨୦ ତାରିଖ ବୁଧବାର ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଦିନ ଷ୍ଟକ ମାର୍କେଟ ବନ୍ଦ ରହିବ। ସେହିପରି ମାସର ସମସ୍ତ ଶନିବାର ଓ ରବିବାରକୁ ମିଶାଇ ନଭେମ୍ବର ମାସକୁ ମୋଟ ୧୨ ଦିନର ଷ୍ଟକ ମାର୍କେଟ ଛୁଟିରେ ଅନ୍ତର୍ଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe