ବାଘେଲ ବାପ-ପୁଅ ତିକ୍ତତା ପଛର କାହାଣୀ

Advertisment
ବାଘେଲ ବାପ-ପୁଅ ତିକ୍ତତା ପଛର କାହାଣୀ

ନୂଆଦିଲ୍ଲୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବାପା ନନ୍ଦକୁମାର ବାଘେଲ ଗିରଫ ହେବା ଏବଂ ତାଙ୍କ ପୁଅ ଭ‌ୂପେଶ ବାଘେଲଙ୍କ ଦ୍ବାରା ଜେଲ ପଠାଯିବା ଘଟଣା ଅଡ଼ୁଆ ଲାଗିପାରେ, ମାତ୍ର ଏହା ପଛରେ ଏକ ଇତିହାସ ଅଛି। ବାଘେଲ ଅନେକ ସମୟରେ ତାଙ୍କ ବାପାଙ୍କ ସହ ଅମେଳ ଥିବା ବାହାରେ ପ୍ରକାଶ କରିଛନ୍ତି, ଯେଉଁ କାରଣରୁ ଏପରି ଘଟଣା ଘଟିବା ଅସମ୍ଭବ ନୁହେଁ। ଭାରତୀୟ ରାଜନୀତିରେ ସଂସ୍କାରୀ ରାଜନୈତିକ ପରିବାର ବୋଲି ଦର୍ଶାଇବା ପାଇଁ ସମସ୍ତେ ଏକାଠି ଥିବା ଫଟୋ ଅନେକ ସମୟରେ ପ୍ରକାଶ କରିଥାନ୍ତି। ପରିବାରରେ ମତଭେଦ ଅଛି ବୋଲି ବାହାରକୁ ଦେଖାଇବା ରାଜନୈତିକ କ୍ଷତିର କାରଣ ହୋଇଥାଏ। ତେବେ ବାଘେଲ ଏ କ୍ଷେତ୍ରରେ ପ୍ରଥମ ନୁହନ୍ତି। ତାଙ୍କ ପୂର୍ବରୁ ଅର୍ଜୁନ ସିଂହ ପରିବାର, ଶୁକ୍ଳା ପରିବାର ଓ ସିନ୍ଧିଆ ପରିବାରରେ ଏପରି ମତଭେଦ ପଦାକୁ ଆସିଛି।

publive-image

ବିଶ୍ବସନୀୟ ସୂତ୍ରରୁ ଜଣାପଡ଼ିଛି ଯେ, ୧୯୯୩ ମସିହା ପ୍ରାରମ୍ଭରେ ଯୁବ ଭୂପେଶ ଅବିଭକ୍ତ ମଧ୍ୟପ୍ରଦେଶର ପଟନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଠିଆ ହୋଇଥିଲେ। ତାଙ୍କ ବାପା ନନ୍ଦକୁମାର ସେତେବେଳେ ରାମ ମନୋହର ଲୋହିଆଙ୍କ ଆଦର୍ଶରେ ଅନୁପ୍ରାଣିତ ଜଣେ ସମାଜବାଦୀ ଥିଲେ। ପୁଅ କଂଗ୍ରେସରୁ ଛିଡ଼ା ହେବାଟାକୁ ସେ ପସନ୍ଦ କରୁ ନ ଥିଲେ। ସେ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ‘ମୁଁ ମୋ ପୁଅ ବିରୋଧରେ ଭୋଟ ଦେଇଛି’ ବୋଲି ସର୍ବସାଧାରଣରେ କହିଥିଲେ। ଭୂପେଶ ଏମ୍‌ଏଲ୍‌ଏ ଭାବେ ନିର୍ବାଚିତ ହେବା ପୂର୍ବରୁ ନିଜର ବିଏସ୍‌ସି ପଢ଼ା ଛାଡ଼ିଦେବା ଘଟଣା ନନ୍ଦକୁମାରଙ୍କୁ ବହୁତ ବାଧିଥିଲା ଏବଂ ସେ ପୁଅକୁ ବହୁତ ଗାଳିଦେଇଥିଲେ। ସେତେବେଳେ ଭୂପେଶ ତାଙ୍କ ବାପାଙ୍କୁ କହିଥିଲେ ଯେ ସେ ଦିନେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ, ଯେଉଁ ସ୍ବପ୍ନ ସେ ୨୦୧୮ ଡିସେମ୍ବର ୧୨ରେ ପୂରଣ କରିଛନ୍ତି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ରବିଶଙ୍କର ଶୁକ୍ଳାଙ୍କ ପାରିବାରିକ ବ୍ୟବସାୟ ଭିତରେ ପଶିବାକୁ ତାଙ୍କ ପୁଅ ଶ୍ୟାମ ଓ ବିଦ୍ୟା ଚାହୁଁ ନ ଥିଲେ। ଶୁକ୍ଳା ପୁଅମାନଙ୍କୁ ରାଜନୀତିରେ ପୂରାଇ ଦେଉ ନ ଥିଲେ। ରବିଶଙ୍କରଙ୍କ ମୃତ୍ୟୁ ପରେ ହିଁ ଦୁଇଭାଇ ରାଜନୀତିକୁ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe