ଓଏମ୍‌ଡିସିକୁ ମାଇନିଂ ଅପରେସନ୍ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ

Advertisment
ମଦ ଦୋକାନ ଲଟେରି ପ୍ରସଙ୍ଗ : ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

Image Source: Zee News

ନୂଆଦିଲ୍ଲୀ: ଓଡିଶା ମିନେରାଲ୍ସ ଡେଭଲପମେଣ୍ଟ କଂପାନି ଲିମିଟେଡ (ଓଏମ୍‌ଡିସି) କୁ ଖଣିଖନନ ପାଇଁ ଆଜି ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଓମଡିସି ଦ୍ବାରା ସୁପ୍ରିମକୋର୍ଟରେ ଚାରିଟି ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରାଯାଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ୨୦୧୭ ମସିହା ଅଗଷ୍ଟ ୨ ତାରିଖ ରାୟ ଅନୁସାରେ ଜୋରିମାନା ବାବଦରେ ସମସ୍ତ ଅର୍ଥ ପଇଠ କରାଯାଇଥିବାରୁ ଖନନର ଅନୁମତି ଦେବା ପାଇଁ ପ୍ରାର୍ଥନା କରାଯାଇ ଥିଲା। ଦାଖଲ କରାଯାଇଥିବା ଆବେଦନରେ ଜୋରିମାନା ବାବଦରେ ଅର୍ଥରାଶି ପୈଠ କରିବାରେ ବିଳମ୍ବକୁ କ୍ଷମା କରିବା ପାଇଁ କୁହାଯାଇଥିଲା। ଓଏମଡିସିର ପଡିରହିଥିବା ସମସ୍ତ ଷ୍ଟକ୍ ଗୁଡିକର ରାଜ୍ୟ ସରକାରଙ୍କ ଦ୍ବାରା ଭେରିଫାଇ କରାଯାଇ ଓମଡିସିକୁ ବିକ୍ରି କରିବା ପାଇଁ ଅନୁମତି ଦିଆ ଯାଉ ବୋଲି ଆବେଦନରେ ପ୍ରାର୍ଥନା କରାଯାଇଥିଲା।

ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ ଏ ବବଡେ, ବିଚାର ପତି ଏ ଏସ୍ ବପାନ୍ନା ଓ ବିଚାର ପତି ଭି. ରାମସୁବ୍ରମନ୍ୟମଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ଆଦେଶରେ ବିଳମ୍ବରେ ଡ୍ୟୁ ସହ ଅର୍ଥ ପୌଠ କରାଯିବାକୁ ଓଏମଡିସିକୁ କ୍ଷମା କରାଯିବା ସହିତ ଆବେଦନକାରୀ ଓମଡିସିକୁ ମାଇନିଂ ଅପରେସନ ପାଇଁ ସମସ୍ତ ଆବଶ୍ୟକୀୟ ମଂଜୁରୀ ସହ ଅନୁମତି ପ୍ରଦାନ କରିବା ତଥା ରାଜ୍ୟ ସରକାରଙ୍କ ସକ୍ଷମ ଅଧିକାରୀଙ୍କୁ ପଡିରହିଥିବା ଷ୍ଟକ ଗୁଡିକର ଯୁଗ୍ମ ଭେରିଫି କେସନ୍ କରାଯାଇ ବିକ୍ରି ପାଇଁ ଅନୁମତି ଦେବା ପାଇଁ ଆଦେଶରେ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe