ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ସୁପ୍ରିମ୍‌କୋର୍ଟଙ୍କ ମଞ୍ଜୁରି

Advertisment

ଏହା ଖାମଖିଆଲ ଏକଛତ୍ରବାଦର ଏକ ଭୁଲ ପ୍ରାଥମିକତା: କଂଗ୍ରେସ

ଏହା ଖାମଖିଆଲ ଏକଛତ୍ରବାଦର ଏକ ଭୁଲ ପ୍ରାଥମିକତା: କଂଗ୍ରେସ

ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ସୁପ୍ରିମ୍‌କୋର୍ଟଙ୍କ ମଞ୍ଜୁରି

ନୂଆଦିଲ୍ଲୀ: ନୂଆଦିଲ୍ଲୀର କେନ୍ଦ୍ରସ୍ଥଳରେ ଏକ ନୂତନ ସଂସଦ କୋଠା ଓ ସାଧାରଣ କେନ୍ଦ୍ରୀୟ ସଚିବାଳୟ କୋଠା ନିର୍ମାଣ ଆଦି ଅନ୍ତର୍ଭୁକ୍ତ ଥିବା ସରକାରଙ୍କ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ସୁପ୍ରିମକୋର୍ଟ ଆଜି ମଞ୍ଜୁରି ଦେଇଛନ୍ତି। ରାଷ୍ଟ୍ରପତି ଭବନ ଠାରୁ ଇଣ୍ଡିଆ ଗେଟ୍‌ ଯାଏ ତିନି କି.ମି. ବ୍ୟାପୀ ପ୍ରାୟ ୮୬ ଏକର ଆୟତନ ବିଶିଷ୍ଟ ଏହି ପ୍ରକଳ୍ପର କାଗଜପତ୍ରକୁ ସର୍ବୋଚ୍ଚ ଅଦାଲତ ଅନୁମୋଦନ କରିଛନ୍ତି। ଅପରପକ୍ଷେ, ଏପରି ପ୍ରକଳ୍ପ ଏକ ଖାମଖିଆଲ ଏକଛତ୍ରବାଦର ଏକ ଭୁଲ ପ୍ରାଥମିକତା ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ହୋଇଥିବା କ୍ଷମତାର ପ୍ରୟୋଗ ଯଥାର୍ଥ ବୋଲି ଜଷ୍ଟିସ ଏଏମ୍‌ ଖାନଵିଲକର, ଦିନେଶ ମାହେଶ୍ବରୀ ଓ ସଞ୍ଜୀବ ଖାନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଟିପ୍ପଣୀ କରିଛନ୍ତି।

ସେହିପରି ଉକ୍ତ ପ୍ରକଳ୍ପ ପାଇଁ ମିଳିଥିବା ପରିବେଶ ମଞ୍ଜୁରି ଓ ଜମିଜମା ବ୍ୟବହାରର ପରିବର୍ତ୍ତନ ପାଇଁ ହୋଇଥିବା ନୋଟିସ୍‌ ସବୁ ବୈଧ ବୋଲି ଖଣ୍ଡପୀଠ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୯ ସେପ୍ଟେମ୍ବରରେ ଘୋଷିତ ହୋଇଥିବା ଏହି କେନ୍ଦ୍ରୀୟ ପ୍ରକଳ୍ପରେ ୯୦୦ରୁ ୧୨୦୦ ସାଂସଦ ବସିଲା ଭଳି ଏକ ତ୍ରିକୋଣୀୟ ସଂସଦ କୋଠା ଆସନ୍ତା ଅଗଷ୍ଟ ୨୦୨୨ ସୁଦ୍ଧା ଅର୍ଥାତ୍‌ ଦେଶ ୭୫ ତମ ସ୍ବାଧୀନତା ଦିବସ ପାଳନ କଲା ବେଳକୁ ନିର୍ମିତ ହେବାର ଲକ୍ଷ୍ୟ ରଖାଯାଇଛି। ସେହିପରି ୨୦୨୪ ସୁଦ୍ଧା କେନ୍ଦ୍ରୀୟ ସଚିବାଳୟ କୋଠା ନିର୍ମାଣ ସାରିବାକୁ ଯୋଜନା ହୋଇଛି। ତେବେ ଏଥି ଯୋଗୁଁ ପୁରୁଣା ନିର୍ମାଣ ଓ ନୂତନ କୋଠା ଭଙ୍ଗାଯିବ ବୋଲି ଦର୍ଶାଇ କିଛି ଆବେଦନକାରୀ ଏହା ବିରୋଧରେ ସୁପ୍ରିମକୋର୍ଟର ଆଶ୍ରୟ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe