ନଡ଼ା ଜାଳିବା ପ୍ରସଙ୍ଗରେ ପଞ୍ଜାବ ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ଦିଲ୍ଲୀରେ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ବଜାୟ ରହିଛି । ପଞ୍ଜାବ କୃଷକମାନଙ୍କ ଦ୍ବାରା ନଡ଼ା ଜାଳିବାକୁ ନେଇ ସୁପ୍ରିମକୋର୍ଟ ପଞ୍ଜାବ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି କୃଷକଙ୍କ ଆବେଦନ ଶୁଣିବାକୁ ବି ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । 

ଅଦ୍ୟତନ ହୋଇଛି
supreme court1

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ବଜାୟ ରହିଛି । ପଞ୍ଜାବ କୃଷକମାନଙ୍କ ଦ୍ବାରା ନଡ଼ା ଜାଳିବାକୁ ନେଇ ସୁପ୍ରିମକୋର୍ଟ ପଞ୍ଜାବ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି କୃଷକଙ୍କ ଆବେଦନ ଶୁଣିବାକୁ ବି ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । 

ନଡ଼ା ନଷ୍ଟ କରିବା ପାଇଁ ମେସିନର ଅଭାବ ନେଇ ଅଭିଯୋଗ କରି କିଛି ଚାଷୀ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ, ଯାହାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ । ଜଷ୍ଟିସ ଅଭୟ ଓକାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କୃଷକଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ସବୁକିଛି ସରକାରଙ୍କ ବିବେକ ଉପରେ ଛାଡି ଦିଆଯାଇ ପାରିବ ନାହିଁ ଏବଂ ନଡ଼ା ପୋଡ଼ିବା ସମସ୍ୟା ଜାରି ରଖିବାର ବାହାନା କରାଯାଇପାରିବ ନାହିଁ। କୋର୍ଟ ଆବେଦନକାରୀଙ୍କ ଓକିଲଙ୍କୁ କଠୋର ଭାବେ କହିଥିଲେ, ଆମେ ଜାଣିଛୁ ଆପଣ କାହିଁକି ଏଠାକୁ ଆସିଛନ୍ତି। ନଡ଼ା ପୋଡ଼ିବା ଉପରେ କଠୋରତା ପାଇଁ ନିର୍ଦ୍ଦେଶ ଜାରି ହେବା ମାତ୍ରେ ଏହି ପିଟିସନ୍ ଦାଖଲ କରାଯାଇଥିଲା। ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ପଞ୍ଜାବ ଏବଂ ହରିୟାଣା ସରକାର ଏପର୍ଯ୍ୟନ୍ତ ନଡ଼ା ଜାଳୁଥିବା ଲୋକଙ୍କ ବିରୋଧରେ ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଛନ୍ତି, ଯାହା ଚିନ୍ତାର ବିଷୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe