ଅର୍ଣ୍ଣବଙ୍କୁ ଅନ୍ତରୀଣ ଜାମିନ ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ, ବ୍ୟକ୍ତି ସ୍ବାଧୀନତା ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ

Advertisment

ବମ୍ବେ ହାଇକୋର୍ଟ ନିଷ୍ପତ୍ତିରେ ଭୁଲ୍‌ କରିଛନ୍ତି, ରାଜ୍ୟ ସରକାର ଜଣଙ୍କୁ ବ୍ୟକ୍ତିଗତ ଟାର୍ଗେଟ୍‌ କରିପାରିବେ ନାହିଁ

ବମ୍ବେ ହାଇକୋର୍ଟ ନିଷ୍ପତ୍ତିରେ ଭୁଲ୍‌ କରିଛନ୍ତି, ରାଜ୍ୟ ସରକାର ଜଣଙ୍କୁ ବ୍ୟକ୍ତିଗତ ଟାର୍ଗେଟ୍‌ କରିପାରିବେ ନାହିଁ

ଅର୍ଣ୍ଣବଙ୍କୁ ଅନ୍ତରୀଣ ଜାମିନ ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ, ବ୍ୟକ୍ତି ସ୍ବାଧୀନତା ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ

Image Courtesy of The Times of India

ନୂଆଦିଲ୍ଲୀ : ଦୁଇ ବର୍ଷ ତଳର ଏକ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ରିପବ୍ଲିକ୍‌ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଏବଂ ଅନ୍ୟ ଦୁଇ ଜଣଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ବ୍ୟକ୍ତିଗତ ବଣ୍ଡ୍‌ରେ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ କରିଛନ୍ତି। ତେବେ ଅର୍ଣ୍ଣବଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେଇ ବମ୍ବେ ହାଇକୋର୍ଟ କିଛି ଠିକ୍‌ କରିନାହାନ୍ତି ଏବଂ ଯେଉଁଠି ବ୍ୟକ୍ତି ସ୍ବାଧୀନତାକୁ ଉପେକ୍ଷା କରାଯାଉଛି, ସେ କ୍ଷେତ୍ରରେ ହାଇକୋର୍ଟଗୁଡ଼ିକ ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି ବୋଲି ମଧ୍ୟ ସୁପ୍ରିମ୍‌ କୋର୍ଟ ଟିପ୍ପଣୀ କରିଛନ୍ତି। ଏହି ମାମଲାରେ ଜାମିନ ଦେବାକୁ ମନା କରିଦେଇଥିବା ହାଇକୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅର୍ଣ୍ଣବ କରିଥିବା ଆବେଦନର ଶୁଣାଣି କରି ଜଷ୍ଟିସ ଡି ଵାଇ ଚନ୍ଦ୍ରଚୂଡ଼ କହିଛନ୍ତି, ଯାହାକୁ ଟାର୍ଗେଟ୍‌ କରିବାର ଅଛି, ସେମାନଙ୍କ ପ୍ରତି ଆମ ରାଜ୍ୟ ସରକାରମାନେ କ'ଣ ଏପରି ଆଚରଣ ଦେଖାଇଥାନ୍ତି ।

ଯାହାକୁ ଯେଉଁ ଟିଭି ଚ୍ୟାନେଲ୍‌ ଭଲ ଲାଗୁନାହିଁ, ସେ ତାହା ନ ଦେଖନ୍ତୁ। ମୁଁ ମଧ୍ୟ ଅର୍ଣ୍ଣବଙ୍କ ଚ୍ୟାନେଲ ଦେଖୁନାହିଁ। ଆମ ବିଚାରଧାରା ଭିନ୍ନ ହୋଇପାରେ, କିନ୍ତୁ ଏଥିପାଇଁ କାହାର ବ୍ୟକ୍ତି ସ୍ବାଧୀନତା ଉପରେ ଏଭଳି ଆକ୍ରମଣ ହୋଇପାରିବ ନାହିଁ’ ବୋଲି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହିଛନ୍ତି। ଯେଉଁଠି ରାଜ୍ୟ ସରକାର ଜଣଙ୍କୁ ବ୍ୟକ୍ତିଗତ ଭାବେ ନିଶାଣ କରନ୍ତି, ସେଠାରେ ସୁପ୍ରିମକୋର୍ଟ ରହିଛି ବୋଲି ଏକ ବାର୍ତ୍ତା ମଧ୍ୟ ଆମକୁ ପଠାଇବାକୁ ପଡ଼ିବ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଟିପ୍ପଣୀ କରିଛନ୍ତି। ଭାରତୀୟ ଗଣତନ୍ତ୍ର ଅସାଧାରଣ ଭାବେ ସହନଶୀଳ ଏବଂ ମହାରାଷ୍ଟ୍ର ସରକାର ସେସବୁକୁ ଅଣଦେଖା କରିବା ଉଚିତ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe