ଚାଷୀ ଆନ୍ଦୋଳନ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ: କୋଭିଡ୍‌ ସଂକ୍ରମଣ ରୋକିବାକୁ କି ପଦକ୍ଷେପ ନେଇଛ?

ସୁପ୍ରିମ୍‌ କୋର୍ଟ ପ୍ରେକ୍ଷାଳୟରେ ହେବ ନୂତନ ବିଚାରପତିମାନଙ୍କ ଶପଥଗ୍ରହଣ ଉତ୍ସବ

Image Courtesy of New Indian Express

ନୂଆଦିଲ୍ଲୀ: ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ଉପକଣ୍ଠରେ ହଜାର ହଜାର ଚାଷୀ ଦୀର୍ଘ ଦିନ ହେଲା ଆନ୍ଦୋଳନ ଜାରି ରଖିଛନ୍ତି। ତେବେ ସେହି ଆନ୍ଦୋଳନ ସ୍ଥଳରେ ମହାମାରୀ କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର କ'ଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଗୁରୁବାର ସୁପ୍ରିମ୍‌ କୋର୍ଟ ପ୍ରଶ୍ନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗତବର୍ଷ ମାର୍ଚ୍ଚ ମାସରେ ନୂଆଦିଲ୍ଲୀରେ ସଂଘଟିତ ତବଲିଗି ଜମାତ ପ୍ରସଙ୍ଗକୁ ମାନ୍ୟବର ଅଦାଲତ ଉଲ୍ଲେଖ କରିଛନ୍ତି। ଯଦି କୋଭିଡ୍‌ ସଂକ୍ରମଣର ଅତର୍କିତ ବୃଦ୍ଧି ପାଇଁ ତବଲିଗି ଜମାତକୁ ଦାୟୀ କରାଯାଇଥିଲା, ତେବେ ଚାଷୀମାନଙ୍କ ଆନ୍ଦୋଲନସ୍ଥଳୀ ଭଳି ଅନୁରୂପ ପରିସ୍ଥିତିରେ କୋଭିଡ୍‌ ସଂକ୍ରମଣ ରୋକିବା ଲାଗି ସରକାର କି ବ୍ୟବସ୍ଥା ସବୁ କରିଛନ୍ତି ବୋଲି ସୁପ୍ରିମକୋର୍ଟ ନୋଟିସ ଜାରି କରିବା ସହ କେନ୍ଦ୍ର ସରକାରଙ୍କୁ ଦୁଇ ସପ୍ତାହ ଭିତରେ ଉତ୍ତର ରଖିବା ଲାଗି ନିର୍ଦ୍ଦେଶ କରିଛନ୍ତି। ସୁପ୍ରିମ୍‌କୋର୍ଟର ଏକ ତିନିଜଣିଆ ଖଣ୍ଡପୀଠ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ପଚାରିଥିଲେ ଯେ ଆନ୍ଦୋଲନରତ ଚାଷୀମାନେ କୋଭିଡ୍‌ମୁକ୍ତ କି ନୁହେଁ, ତାହା କାହାକୁ ଜଣାନାହିଁ। ତେବେ ତବଲିଗି ଜମାତ ପରି ଅନୁରୂପ ସମାବେଶ ଚାଷୀମାନଙ୍କ ଆନ୍ଦୋଳନ ସ୍ଥଳରେ କୋଭିଡ୍‌ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାର କି କି ମାର୍ଗଦର୍ଶିକା ଜାରି କରିଛନ୍ତି ବୋଲି ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe