ଠାକ୍‌ରେ ଗୋଷ୍ଠୀକୁ ଧକ୍କା, ଜରୁରୀ ଶୁଣାଣି ପାଇଁ ମନାକଲେ ସୁପ୍ରିମ୍‌ କୋର୍ଟ

ଶିବସେନା‌ରେ ଆଉ ଏକ ବିଭାଜନ: ନୂଆ ଜାତୀୟ କାର୍ଯ୍ୟକାରିଣୀ ଗଠନ କଲେ ସିନ୍ଦେ

Asianet News Hindi

ନୂଆଦିଲ୍ଲୀ : ମହାରାଷ୍ଟ୍ର ରାଜନୀତିକୁ ନେଇ ସାରା ଦେଶରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଗତକାଲି ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ବିଜେପିର ଦେ‌ବେନ୍ଦ୍ର ଫଡ଼ନାବିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କିନ୍ତୁ ସିନ୍ଦେଙ୍କ ମୁଖ୍ୟମନ୍ତ୍ରୀତ୍ବକୁ ବିରୋଧ କରି ଉଦ୍ଧବ ଠାକ୍‌ରେ ଗୋଷ୍ଠୀ ଆଜି ସୁପ୍ରିମ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଭାବେ ସିନ୍ଦେକୁ କାର୍ଯ୍ୟ ନକରାଇ ଦେବାପାଇଁ ଉଦ୍ଧବଙ୍କ ଗୋଷ୍ଠୀ ପକ୍ଷରୁ ଆବେଦନ କରାଯାଇଛି। କିନ୍ତୁ ସୁପ୍ରିମ କୋର୍ଟ ଏହି ମାମଲାର ଜରୁରୀ ଶୁଣାଣି କରିବାକୁ ମନା କରିଦେଇଛନ୍ତି।

ବିଚାରପତି ସୂର୍ଯ୍ୟ କାନ୍ତ ଓ ବିଚାରପତି ଜେବି ପର୍ଦିୱାଲାଙ୍କ ଅବକାଶକାଳୀନ ଖଣ୍ଡପୀଠରେ ଠାକରେଙ୍କ ଅନୁଗତ ନେତା ସୁନୀଲ ପ୍ରଭୁଙ୍କ ଦ୍ବାରା କରାଯାଇଥିବା ଆବେଦନର ପରିଚାଳନା ବରିଷ୍ଠ ଆଇନଜୀବୀ କପିଲ ସିବଲ କରିଥିଲେ। ସିବଲ ଯୁକ୍ତି ବାଢ଼ିଥିଲେ ଯେ ଉଭୟ ପକ୍ଷ ଶିବ ସେନା ଗୋଷ୍ଠୀ ବୋଲି ଦାବି କରିପାରନ୍ତି। ତେଣୁ ହ୍ବିପ ଜାରି ସମୟରେ ଅନେକ ଦ୍ବନ୍ଦ୍ବ ଦେଖାଦେବ। ସିନ୍ଦେ ଯେତେବେଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସେତେବେଳେ ସେ ସମ୍ବିଧାନର ୧୦ମ ଅନୁ‌ଚ୍ଛେଦ (ଦଳ ବଦଳ ନିରୋଧ ଆଇନ)କୁ ଉଲ୍ଲଂଘନ କରିଛନ୍ତି। ତେବେ ଖଣ୍ଡପୀଠ କହିଥିଲେ ମହାରାଷ୍ଟ୍ର ମାମଲା ଅଦାଲତରେ ବିଚାରାଧୀନ ରହିଛି। ଏଥିସହିତ ଯାହା ସବୁ ଘଟୁଛି ସେ ନେଇ ଖଣ୍ଡପୀଠ ସଚେତନ ଅଛନ୍ତି। ଆମେ ଆଖି ବନ୍ଦ ରଖିନାହୁଁ। ଜୁଲାଇ ୧୧ରେ ଉକ୍ତ ମାମଲାର ଶୁଣାଣ ହେବ। ଅନ୍ୟ ପ୍ରସଙ୍ଗ ସହିତ ଏହାର ମଧ୍ୟ ଶୁଣାଣି ହେବ ବୋଲି ଖଣ୍ଡପୀଠ କହିଛନ୍ତି। କାହାର ହ୍ବିପ୍ କାର୍ଯ୍ୟ କରିବ ବୋଲି ସିବଲ୍ ପଚାରିବାରୁ ଖଣ୍ଡପୀଠ କହିଥିଲେ ରାଜ୍ୟ ବିଧାନସଭାର ନିୟମକୁ ଅନୁଧ୍ୟାନ କରିବାକୁ ହେବ। ଏଥିସହିତ ପ୍ରଭୁଙ୍କ ଆବଦେନକୁ ଜୁଲାଇ ୧୧ରେ ଶୁଣାଣି କରିବା ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।

ଜୁଲାଇ ୧୧ରେ ସୁପ୍ରିମକୋର୍ଟ ମହାରାଷ୍ଟ୍ର ରାଜନୀତି ସଂକ୍ରାନ୍ତ ୩ଟି ମାମଲାର ବିଚାର କରିବେ। ଏଥିରୁ ସିନ୍ଦେ ଗୋଷ୍ଠୀର ଦୁଇଟି ଆବେଦନ ରହିଛି। ଉପବାଚସ୍ପତି ବିଦ୍ରୋହୀ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ସଂକ୍ରାନ୍ତ ନୋଟିସ ପ୍ରଦାନ କରିଥିଲେ। ତାହାର ଉତ୍ତର ଜୁନ ୨୭ ସନ୍ଧ୍ୟା ସୁଦ୍ଧା ଦେବାଲାଗି ନିର୍ଦ୍ଦେଶ ଦେଇଥିଲେ। ତେବେ ସୁପ୍ରିମ କୋର୍ଟ ଜୁଲାଇ ୧୨ ପର୍ଯ୍ୟନ୍ତ ଏଥିପାଇଁ ବିଦ୍ରୋହୀ ବିଧାୟକମାନଙ୍କୁ ସମୟ ଦେଇଛନ୍ତି। ତୃତୀୟ ଆବେଦନଟି ସୁନୀଲ ପ୍ରଭୁଙ୍କ ଦ୍ବାରା କରାଯାଇଛି। ଜୁନ ୩୦ରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାପାଇଁ ମହାରାଷ୍ଟ୍ର ଭଗତ ସିଂହ ଖୋସୟାରୀ ରାଜ୍ୟପାଳ ଉଦ୍ଧବ ଠାକରେଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ବିରୋଧ କରି ସୁନୀଲ ପ୍ରଭୁ ଆବେଦନ କରିଥିଲେ। ତେବେ ରାଜ୍ୟପାଳଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଦେବାକୁ ସୁପ୍ରିମ କୋର୍ଟ ମନା କରିଦେଇଥିଲେ। ଏହାର କିଛି ସମୟ ପରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ତେବେ ପ୍ରଭୁ ସଦ୍ୟ କରିଥିବା ଆବେଦନରେ ୧୬ ଜଣ ଯାକ ବିଦ୍ରୋହୀ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରିବାକୁ ଦାବି କରିଛନ୍ତି। ସେମାନଙ୍କୁ ଅଯୋଗ୍ୟ ଘୋଷଣା ସଂକ୍ରାନ୍ତ ମାମଲାର ବିଚାର ନହେବା ପର୍ଯ୍ୟନ୍ତ ନିଲମ୍ବନ ଦାବି କରିଛନ୍ତି। ଏଥିସହିତ ବିଧାନସଭାରେ ପ୍ରବେଶରୁ ବାରଣ କରିବା ଲାଗି ନିର୍ଦ୍ଦେଶ ଦେବା ପାଇଁ ସେ ସୁପ୍ରିମ କୋର୍ଟରେ ଆବଦେନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe