କଙ୍ଗନାଙ୍କ ବିରୋଧରେ ଆବେଦନ ଖାରଜ କଲେ ସୁପ୍ରିମ୍‌ କୋର୍ଟ

Advertisment
ମନେ ପଡ଼ିଗଲା ଭଉଣୀଙ୍କୁ ଏସିଡ୍‌ ଆକ୍ରମଣର ବେଦନା

iChowk

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ଏବଂ ଶିଖ୍‌ ସମୁଦାୟକୁ ନେଇ ଅଭିନେତ୍ରୀ କଙ୍ଗନା ରାଣାୱତ ସୋସିଆଲ ମିଡିଆରେ ଦେଇଥିବା ବିବାଦୀୟ ବୟାନକୁ ବିରୋଧ କରି ସୁପ୍ରିମ୍‌କୋର୍ଟରେ ଦାଏର ହୋଇଥିବା ଆବେଦନକୁ ଆଜି କୋର୍ଟ ଖାରଜ କରିଦେଇଛନ୍ତି। କଙ୍ଗନାଙ୍କ ବୟାନକୁ ନେଇ ଶୁଣାଣିର କୌଣସି ଆବଶ୍ୟକତା ନାହିଁ ବୋଲି ଦର୍ଶାଇ କୋର୍ଟ ଏହାକୁ ଖାରଜ କରିଛନ୍ତି। ଆବେଦନକାରୀ ଦର୍ଶାଇଥିଲେ ଯେ କଙ୍ଗନା ଚାଷୀ ଆନ୍ଦୋଳନକୁ ଖଲିସ୍ତାନୀ ଆନ୍ଦୋଳନ ସହିତ ଯୋଡ଼ି ଶିଖ୍‌ ସମୁଦାୟକୁ ଅପମାନିତ କରିଛନ୍ତି। କୋର୍ଟ କହିଛନ୍ତି ଯେ ସାଧାରଣ ଜନତା ଚାଷୀ ଆନ୍ଦୋଳନ, ଶିଖ୍‌ ସମୁଦାୟ ଏବଂ ଖଲିସ୍ତାନ ମଧ୍ୟରେ ଫରକ ଜାଣନ୍ତି। ଏହି ମାମଲାରେ ସୁପ୍ରିମ୍‌ କୋର୍ଟ ଆସିବା ଠିକ୍‌ ନୁହେଁ ବୋଲି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ ଏବଂ ବେଲା ଏମ୍‌ ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ସୋସିଆଲ୍‌ ମିଡିଆରେ କଙ୍ଗନାଙ୍କ ବୟାନକୁ ନେଇ ଯେତେ ଅଧିକ ବିବାଦ ହେବ ସେଥିରୁ କଙ୍କନାକୁ ସେତିକି ଫାଇଦା ମିଳିବ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe