କୋର୍ଟରୁମ୍ ଭିତରର ବାୟୁ ବି ପ୍ରଦୂଷିତ ହୋଇଯାଇଛି : ସୁପ୍ରିମକୋର୍ଟ

ଦିଲ୍ଲୀର ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ପ୍ରଦୂଷଣକୁ ନେଇ ଭୀଷଣ ଅସନ୍ତୋଷ ବ୍ୟକ୍ତ କରି ଅଦାଲତ କହିଛନ୍ତି ଯେ ଦିଲ୍ଲୀରେ ପ୍ରଦୂଷଣ ଏତେ ବଢିଯାଇଛି ଯେ କୋର୍ଟ ରୁମ୍ ଭିତରେ ଏକ୍ୟୁଆଇ ସ୍ତର ୯୯୦ରୁ ଅଧିକ ରହିଛି।

ଅଦ୍ୟତନ ହୋଇଛି
SC india

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ପ୍ରଦୂଷଣକୁ ନେଇ ଭୀଷଣ ଅସନ୍ତୋଷ ବ୍ୟକ୍ତ କରି ଅଦାଲତ କହିଛନ୍ତି ଯେ କୋର୍ଟ ରୁମ୍ ଭିତରେ ଏକ୍ୟୁଆଇ ସ୍ତର ୯୯୦ରୁ ଅଧିକ ରହିଛି। ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୪୦୦ ତଳକୁ ଖସିଲେ ମଧ୍ୟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଜିଆରପିର ଚତୁର୍ଥ ପର୍ଯ୍ୟାୟ ବଳବତ୍ତର ରହିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଜିଆରଏପିର ଚତୁର୍ଥ ପର୍ଯ୍ୟାୟ କାର୍ଯ୍ୟକାରୀ କରିବାକୁ ସମସ୍ତ ଏନସିଆର ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ପ୍ରଦୂଷଣ ମୁକ୍ତ ପରିବେଶ ନିଶ୍ଚିତ କରିବା ରାଜ୍ୟ ଓ କେନ୍ଦ୍ରର ସାମ୍ବିଧାନିକ ଦାୟିତ୍ୱ। ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ଜିଆରଏପି ଫେଜ୍ ୩ ଏବଂ ୪ର ସମସ୍ତ ଧାରା ବ୍ୟତୀତ ସରକାର ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ସମସ୍ତ ପଦକ୍ଷେପ ନେବା ଉଚିତ। 

ଦିଲ୍ଲୀ ଏବଂ ଏନସିଆରରେ ଏକ୍ୟୁଆଇ ସ୍ତର ନଭେମ୍ବର ୧୮ ତାରିଖ ଅପରାହ୍ନ ୧ଟା ବେଳେ ଅନେକ ସ୍ଥାନରେ ୯୯୯ ଦେଖାଯାଉଥିଲା। ଏହା ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି। ୯୯୯ ର ଅର୍ଥ ହେଉଛି ସ୍ବାସ୍ଥ୍ୟ ପାଇଁ ଦିଲ୍ଲୀ ଅନୁପଯୁକ୍ତ ହୋଇଯାଇଛି । ଏକ୍ୟୁଆଇ ମିଟରରେ ୯୯୯ ରୁ ଅଧିକ ସ୍ତର ଦେଖାଏ ନାହିଁ । ଏହା ହିଁ ସର୍ବୋଚ୍ଚ ସ୍ତର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe