ବିଚାରପତି ନିଯୁକ୍ତିରେ ବିଳମ୍ବ ନେଇ ସୁପ୍ରିମ୍‌କୋର୍ଟ କ୍ଷୁବ୍ଧ: କଲେଜିୟମ୍‌ ‘ସର୍ଚ୍ଚ କମିଟି’ ନୁ‌ହେଁ

Advertisment

ହାଇକୋର୍ଟ ବିଚାରପତିଙ୍କ ନିଯୁକ୍ତି କ୍ଷେତ୍ରରେ ବାରମ୍ବାର କଲେଜିୟମ୍‌ ସୁପାରିସ ସତ୍ତ୍ବେ କେନ୍ଦ୍ର ସରକାର ନିଷ୍ପତ୍ତି ନେବାରେ ବିଳମ୍ବ କରୁଥିବାରୁ ଆଜି ସୁପ୍ରିମ୍‌କୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ହାଇକୋର୍ଟ ବିଚାରପତିଙ୍କ ନିଯୁକ୍ତି କ୍ଷେତ୍ରରେ ବାରମ୍ବାର କଲେଜିୟମ୍‌ ସୁପାରିସ ସତ୍ତ୍ବେ କେନ୍ଦ୍ର ସରକାର ନିଷ୍ପତ୍ତି ନେବାରେ ବିଳମ୍ବ କରୁଥିବାରୁ ଆଜି ସୁପ୍ରିମ୍‌କୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

supreme court1

ନୂଆଦିଲ୍ଲୀ: ହାଇକୋର୍ଟ ବିଚାରପତିଙ୍କ ନିଯୁକ୍ତି କ୍ଷେତ୍ରରେ ବାରମ୍ବାର କଲେଜିୟମ୍‌ ସୁପାରିସ ସତ୍ତ୍ବେ କେନ୍ଦ୍ର ସରକାର ନିଷ୍ପତ୍ତି ନେବାରେ ବିଳମ୍ବ କରୁଥିବାରୁ ଆଜି ସୁପ୍ରିମ୍‌କୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯେଉଁ ବିଚାରପତିମାନଙ୍କର ନିଯୁକ୍ତିରେ ବିଳମ୍ବ ହୋଇଛି ତଥା କଲେଜିୟମ୍‌୍‌ର ଏକାଧିକ ସୁପାରିସ ସତ୍ତ୍ବେ ଯେଉଁମାନଙ୍କ ନିଯୁକ୍ତି ପ୍ରକ୍ରିୟା କାର୍ଯ୍ୟକାରୀ ହୋଇନାହିଁ, ତାହାର ଏକ ତାଲିକା ଦେବାପାଇଁ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପର୍ଦ୍ଦିୱାଲା ଏବଂ ମନୋଜ ମିଶ୍ରଙ୍କ ଖଣ୍ଡପୀଠ କହିଛନ୍ତି ଯେ କଲେଜିୟମ୍‌୍‌ କୌଣସି ‘ସର୍ଚ୍ଚ କମିଟି’ ନୁହେଁ। ବିଚାରପତି ନିଯୁକ୍ତି ପାଇଁ ଯେଉଁ ନାମ ସୁପାରିସ କରାଯାଉଛି ତାହା କାର୍ଯ୍ୟକାରୀ କରିବାକୁ ସରକାର ବାଧ୍ୟ। ସରକାର ଏଥିରେ ନିଜସ୍ବ ନିଷ୍ପତ୍ତି ଲଦିପାରିବେ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି ଏବଂ ଏଟର୍ଣ୍ଣି ଜେନେରାଲ୍‌ ଆର୍‌ ଭେଙ୍କଟରମଣୀଙ୍କଠାରୁ ତାଲିକା ମାଗିଛନ୍ତି।

କେତେକ ହାଇକୋର୍ଟରେ ମଧ୍ୟ ମୁଖ୍ୟ ବିଚାରପତି ନିଯୁକ୍ତିର ତତ୍କାଳ ଆବଶ୍ୟକତା ରହିଥିବା କୋର୍ଟ ଦର୍ଶାଇଛନ୍ତି। ତେଣୁ ପ୍ରକ୍ରିୟା ତ୍ବରାନ୍ବିତ କରି ନିଯୁକ୍ତି କାର୍ଯ୍ୟକାରୀ କରିବାପାଇଁ ଖଣ୍ଡପୀଠ କହିଛନ୍ତି। ଅନ୍ୟପକ୍ଷେ ଏଟର୍ଣ୍ଣି ଜେନେରାଲ୍‌ ନିଯୁକ୍ତି ପାଇଁ ନିଷ୍ପତ୍ତି ନିଆଯାଇନଥିବା ବିଚାରପତିଙ୍କ ତାଲିକା ପ୍ରଦାନ କରିବେ ବୋଲି ଖଣ୍ଡପୀଠଙ୍କୁ ଜଣାଇଛନ୍ତି। ତେବେ ପ୍ରକ୍ରିୟାରେ ବିଳମ୍ବ ବିରୋଧରେ ହୋଇଥିବା ଆବେଦନକୁ ସେ ବିରୋଧ କରିଛନ୍ତି। ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ବିଚାରପତି ନିଯୁକ୍ତି ବିଳମ୍ବ ନେଇ ଏକ ଅବମାନନା ମାମଲା ରୁଜୁ କରାଯାଇଥିବାରୁ ଏ ସଂକ୍ରାନ୍ତରେ ଖଣ୍ଡପୀଠ ଏଟର୍ଣ୍ଣି ଜେନେରାଲ୍‌ଙ୍କୁ ଅବଗତ କରାଇଥିଲେ। ଏହାର ଜବାବରେ ଏଟର୍ଣ୍ଣି ଜେନେରାଲ୍‌ କହିଥିଲେ ଯେ ଝାଡ଼ଖଣ୍ଡ ସରକାରଙ୍କ ଏଭଳି ପଦକ୍ଷେପ ସଂକ୍ରାନ୍ତରେ ଆମ ପାଖରେ କିଛି ଖବର ନାହିଁ। ଜୁଲାଇ ୧୧ରେ କଲେଜିୟମ୍‌ ମାଡ୍ରାସ, କେରଳ ଏବଂ ଦିଲ୍ଲୀ ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିସ କରିଥିଲେ। ସେପ୍ଟେମ୍ବର ୧୭ରେ କଲେଜିୟମ୍‌ ପୂର୍ବ ଆଦେଶରେ କେତେକ ପରିବର୍ତ୍ତନ ଆଣି ଜମ୍ମୁ କଶ୍ମୀର ଏବଂ ଲଦାଖ, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ ହାଇକୋର୍ଟରେ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପାରିସ କରିଥିଲେ। ଏହି ଆଦେଶ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe