ଧର୍ମ ଭିତ୍ତିରେ ସଂରକ୍ଷଣ ଦିଆଯିବନି : ମମତା ସରକାରଙ୍କୁ ନିରାଶ କଲେ ସୁପ୍ରିମକୋର୍ଟ

ପଶ୍ଚିମବଙ୍ଗ ସରକାରଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ସଂରକ୍ଷଣର ଆଧାର ଧର୍ମ ହୋଇପାରିବ ନାହିଁ ଅର୍ଥାତ୍ ଧର୍ମ ଆଧାରରେ ସଂରକ୍ଷଣ ହୋଇପାରିବ ନାହିଁ।

ଅଦ୍ୟତନ ହୋଇଛି
nm

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସରକାରଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ସଂରକ୍ଷଣର ଆଧାର ଧର୍ମ ହୋଇପାରିବ ନାହିଁ ଅର୍ଥାତ୍ ଧର୍ମ ଆଧାରରେ ସଂରକ୍ଷଣ ହୋଇପାରିବ ନାହିଁ। କୋଲକାତା ହାଇକୋର୍ଟଙ୍କ ୨୦୧୦ ରାୟକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗ ସରକାର ଦାଖଲ କରିଥିବା ଆବେଦନର ଶୁଣାଣି କରି କୋର୍ଟ ଏହା କହିଛନ୍ତି।

ହାଇକୋର୍ଟର ମେ ୨୨ ରାୟକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗ ସରକାରଙ୍କ ଆବେଦନ ସମେତ ସମସ୍ତ ଆବେଦନର ଶୁଣାଣି ଜଷ୍ଟିସ୍ ବିଆର୍ ଗବାଇ ଏବଂ ଜଷ୍ଟିସ୍ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହୋଇଥିଲା। ଜଷ୍ଟିସ ଗବାଇ କହିଛନ୍ତି ଯେ ସଂରକ୍ଷଣ ଧର୍ମ ଆଧାରିତ ହୋଇପାରିବ ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଛନ୍ତି ଯେ ଏହା ଧର୍ମ ଆଧାରରେ ନୁହେଁ। ଏହା ପଛୁଆପନ୍ନତା ଆଧାରରେ ହୋଇଥାଏ।

୨୦୧୦ ମସିହାରୁ ପଶ୍ଚିମବଙ୍ଗର ଅନେକ ଜାତିକୁ ଦିଆଯାଇଥିବା ଓବିସି ମାନ୍ୟତାକୁ ହାଇକୋର୍ଟ ରଦ୍ଦ କରିବା ସହ ସରକାରୀ ଚାକିରି ଓ ସରକାରୀ ଶିକ୍ଷାନୁଷ୍ଠାନରେ ସେମାନଙ୍କ ପାଇଁ ସଂରକ୍ଷଣକୁ ବେଆଇନ ଘୋଷଣା କରିଥିଲେ। ହାଇକୋର୍ଟ ତାଙ୍କ ରାୟରେ କହିଥିଲେ ଯେ ଏହି ସମ୍ପ୍ରଦାୟଗୁଡ଼ିକୁ ଓବିସି ଘୋଷଣା କରିବା ପାଇଁ ପ୍ରକୃତରେ ଧର୍ମ ହିଁ ଏକମାତ୍ର ମାନଦଣ୍ଡ ଥିବା ମନେହେଉଛି। ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ମୁସଲମାନମାନଙ୍କର ୭୭ଟି ବର୍ଗକୁ ପଛୁଆ ଭାବେ ଚୟନ କରିବା ସମଗ୍ର ମୁସଲମାନ ସମ୍ପ୍ରଦାୟ ପାଇଁ ଅପମାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe