ଦିଲ୍ଲୀ ଅକ୍ସିଜେନ୍‌ ସଙ୍କଟର ତୁରନ୍ତ ସମାଧାନ କର, କେନ୍ଦ୍ରକୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ

ବିନା କରୋନା ଟେଷ୍ଟ୍‌ରେ ସୁପ୍ରିମ୍‌ କୋର୍ଟ ପରିସରକୁ ପ୍ରବେଶ ମନା

Image Courtesy of Hindustan Times

ନୂଆଦିଲ୍ଲୀ : ଦିଲ୍ଲୀ ହସ୍ପିଟାଲ୍‌ମାନଙ୍କରେ ଅକ୍ସିଜେନ୍‌ ସଙ୍କଟ ଜାରି ରହିଛି। ଗୁରୁତର ରୋଗୀଙ୍କ ସଂଖ୍ୟା ବଢ଼ୁଥିବାବେଳେ ହସ୍ପିଟାଲ୍‌ମାନଙ୍କରେ ଅକ୍ସିଜେନ୍‌ ଅଭାବ ଚିନ୍ତା ବଢ଼ାଇଛି। ତେବେ ସୋମବାର ମଧ୍ୟରାତ୍ରି ପୂର୍ବରୁ ଦିଲ୍ଲୀ ହସ୍ପିଟାଲ୍‌ମାନଙ୍କରେ ଅକ୍ସିଜେନ୍‌ ଅଭାବଜନିତ ସଙ୍କଟର ସମାଧାନ ନେଇ ନିଶ୍ଚିତ କରିବାକୁ ସୁପ୍ରିମ କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ନାଗରିକଙ୍କ ଜୀବନ ନେଇ ପ୍ରଶ୍ନ ଉଠିଛି। ଏଭଳି ଜାତୀୟ ସଙ୍କଟ ସମୟରେ ନାଗରିକଙ୍କ ଜୀବନକୁ ସୁରକ୍ଷା ଦେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସ୍ଥିତିର ସମାଧାନ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ ହୋଇଥିବା ବିଷୟ ନିଶ୍ଚିତ କରାଇବାକୁ ଉଭୟ କେନ୍ଦ୍ର ଏବଂ ଜିଏନ୍‌ସିଟିଡି ପରସ୍ପର ପରସ୍ପରକୁ ସହଯୋଗ କରିବା ଉଚିତ୍‌ ବୋଲି ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି। କୋର୍ଟ ମଧ୍ୟ କୌଣସି ଏମର୍ଜେନ୍ସି ସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ସରକାର ଏବଂ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୪ ଦିନ ମଧ୍ୟ‌ରେ ଏମର୍ଜେନ୍ସି ଷ୍ଟକ୍‌ ପ୍ରସ୍ତୁତ କରିବା ପାଇଁ କୋର୍ଟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe