ବିଲକିସ୍ ବାନୋ ଦୋଷୀଙ୍କ ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

Advertisment
ବୁଥ୍‌ୱାରି ମତଦାନ ତଥ୍ୟକୁ ନିର୍ବାଚନ କମିସନଙ୍କ ବିରୋଧ: ପ୍ରତି ବୁଥ୍‌ ତଥ୍ୟ ପ୍ରକାଶ ଅନର୍ଥକାରୀ ହେବ

India TV News

ନୂଆଦିଲ୍ଲୀ: ଗୁଜରାଟର ଗୋଧ୍ରା ଦଙ୍ଗା ସମୟରେ ବିଲକିସ୍ ବାନୋଙ୍କୁ ଦୁଷ୍କର୍ମ କରିବା ଏବଂ ତାଙ୍କ ପରିବାରକୁ ହତ୍ୟା କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୁଇ ଜଣ ବ୍ୟକ୍ତି ରାଧେଶ୍ୟାମ ଭଗବାନଦାସ ଓ ରାଜୁଭାଇ ବାବୁଲାଲଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଶୁକ୍ରବାର ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ଭଗବାନଦାସ ଓ ବାବୁଲାଲ ଏକ ନୂତନ କ୍ଷମା ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେବା ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ। ୨୦୨୨ ସ୍ୱାଧୀନତା ଦିବସରେ ଗୁଜରାଟ ସରକାର ସେମାନଙ୍କୁ ମୁକ୍ତ କରିବା ପାଇଁ ନେଇଥିବା ନିଷ୍ପତ୍ତିକୁ ରଦ୍ଦ କରିଥିବା ଅଦାଲତଙ୍କ ଜାନୁଆରି ରାୟକୁ ସେମାନେ ଚ୍ୟାଲେଞ୍ଜ କରିଛନ୍ତି।

ଗତ ମାର୍ଚ୍ଚ ମାସରେ ଭଗବାନ ଦାସ ଓ ବାବୁଲାଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଯୁକ୍ତି ବାଢ଼ିଥିଲେ ଯେ ଜାନୁଆରି ରାୟ ସାମ୍ବିଧାନିକ ଖଣ୍ଡପୀଠଙ୍କ ୨୦୦୨ ମସିହାର ଆଦେଶକୁ ଉଲ୍ଲଂଘନ କରୁଛି ଏବଂ ସେମାନଙ୍କ ମୁକ୍ତି ରଦ୍ଦ ପ୍ରସଙ୍ଗକୁ ଏକ ବୃହତ୍ ଖଣ୍ଡପୀଠକୁ ପଠାଯିବା ସେମାନେ ଚାହାନ୍ତି। ସେମାନେ ଦାବି କରିଛନ୍ତି ଯେ ସୁପ୍ରିମ୍‌କୋର୍ଟର ସମାନ କ୍ଷମତାସମ୍ପନ୍ନ ଦୁଇଟି ଭିନ୍ନ ଭିନ୍ନ ଖଣ୍ଡପୀଠ ସମ୍ପୂର୍ଣ୍ଣ ବିପରୀତ ମତ ପୋଷଣ କରିଥିଲେ। ୨୦୨୨ ମେ ମାସରେ ଏକ ଖଣ୍ଡପୀଠ ଭଗବାନଦାସଙ୍କ ଶୀଘ୍ର ମୁକ୍ତି ପାଇଁ କରିଥିବା ଆବେଦନ ଉପରେ ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଦ୍ବିତୀୟ ଖଣ୍ଡପୀଠ କହିଛନ୍ତି ଯେ ଗୁଜରାଟ ନୁହେଁ, ମହାରାଷ୍ଟ୍ର ହିଁ କ୍ଷମା ଦେବାକୁ ସକ୍ଷମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe