Photo Courtesy: Bar and Bench
ନୂଆଦିଲ୍ଲୀ: ଦେଶର ବିଭିନ୍ନ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ କଲେଜିଅମ୍ ଦୀର୍ଘ ୬ ମାସରୁ ଦେଢ଼ ବର୍ଷ ଭିତରେ କରିଥିବା ୫୫ଟି ସୁପାରିସ୍ର ସ୍ଥିତି କ'ଣ ବୋଲି ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି।
ସୂଚନାନୁଯାୟୀ, କୋଲକାତା, ମଧ୍ୟପ୍ରଦେଶ, ଗୌହାଟି, ରାଜସ୍ଥାନ ଓ ପଞ୍ଜାବ ହାଇକୋର୍ଟରେ ଖାଲି ଥିବା ପଦବି ପୂରଣ ପାଇଁ କଲେଜିଅମ୍ ୪୪ଟି ନାମ ସୁପାରିସ କରିଛନ୍ତି। ତାହା ବିଗତ ସାତ ମାସରୁ ବର୍ଷେ ହେଲା ସରକାରଙ୍କ ପାଖରେ ସେପରି ପଡ଼ି ରହିଛି। ସେହିପରି ୧୦ଟି ନାମର ସୁପାରିସକୁ କଲେଜିଅମ୍ ପୁନରାବୃତ୍ତି କରିଥିବା ବେଳେ ସରକାର ତାହା ପକାଇ ରଖିଛନ୍ତି।
ଏଥିରେ କ୍ଷୋଭ ପ୍ରକାଶ କରି ତିନିଜଣିଆ ସ୍ବତନ୍ତ୍ର ଖଣ୍ଡପୀଠର ନେତୃତ୍ବ ନେଉଥିବା ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡ଼େ ଆପଣ କେବେ ଏ ଦିଗରେ ନିଷ୍ପତ୍ତି ନେବାକୁ ଚିନ୍ତା କରୁଛନ୍ତି' ବୋଲି ସରକାରଙ୍କୁ ପ୍ରତିନିଧିତ୍ବ କରୁଥିବା ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳଙ୍କୁ ପ୍ରଶ୍ନ କରିଛନ୍ତି। ସୁପାରିସଗୁଡ଼ିକ ସମ୍ପର୍କରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ଏପ୍ରିଲ ୮ ସୁଦ୍ଧା ଜଣାଇବା ଲାଗି ସୁପ୍ରିମ୍ କୋର୍ଟ କହିଛନ୍ତି।
Follow Us