ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ

Advertisment

ଆଦିବାସୀ ମହିଳାଙ୍କ କ୍ଷେତ୍ରରେ ହିନ୍ଦୁ ଉତ୍ତରାଧିକାର ଆଇନ ଲାଗୁ କରିବାକୁ ନିର୍ଦ୍ଦେଶ

ଆଦିବାସୀ ମହିଳାଙ୍କ କ୍ଷେତ୍ରରେ ହିନ୍ଦୁ ଉତ୍ତରାଧିକାର ଆଇନ ଲାଗୁ କରିବାକୁ ନିର୍ଦ୍ଦେଶ

ଆନ୍ଦୋଳନକୁ ଯିବେ ନାହିଁ ଆଇନଜୀବୀ

Telegraph India

ନୂଆଦିଲ୍ଲୀ : ଆଦିବାସୀ ମହିଳାଙ୍କୁ ସଂପତ୍ତି ଅଧିକାରରୁ ନିବୃତ୍ତ ରଖୁଥିବା ହିନ୍ଦୁ ଉତ୍ତରାଧିକାର ଆଇନ (ଏଚ୍‌ଏସ୍‌ଏ) -୧୯୫୬ର ଧାରା ୨(୨) କୁ ସଂଶୋଧନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ କହିଛନ୍ତି, ଆଇନର ଏହି ଧାରାଟି ଆଦିବାସୀ ମହିଳାଙ୍କ ସଂପତ୍ତି ଅଧିକାରକୁ ବାରଣ କରୁଛି। ସରକାର ସମ୍ବିଧାନରେ ଦିଆଯାଇଥିବା ସମାନତା ମୌଳିକ ଅଧିକାରକୁ ଧ୍ୟାନରେ ରଖି ଆଇନର ସଂଶୋଧନ କରିବାକୁ ନିଷ୍ପତ୍ତି ନେବେ ବୋଲି ସୁପ୍ରିମକୋର୍ଟ ଆଶା ବ୍ୟକ୍ତ କରିଛିନ୍ତି।

ବାପାଙ୍କ ଜମିରୁ ଭାଗ ନମିଳିବାରୁ ଆବେଦନକାରୀ ଆଦିବାସୀ ମହିଳା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ଓଡ଼ିଶା ହାଇକୋର୍ଟଙ୍କ ରାୟ ତାଙ୍କ ସପକ୍ଷରେ ନଯିବାରୁ ସେ ହାଇକୋର୍ଟଙ୍କ ଅକ୍ଟୋବର ୨୦୧୬ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ ମଧ୍ୟ ଏହି ଆଇନରେ ଥିବା ତ୍ରୁଟିକୁ ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବିଚାରପତି ଜଷ୍ଟିସ ଏମ୍‌.ଆର୍‌ ଶାହା ଓ ବିଚାରପତି କୃଷ୍ଣ ମୁରାରୀ ମାମଲାର ଶୁଣାଣି କରି କହିଛନ୍ତି ହାଇକୋର୍ଟଙ୍କ ରାୟରେ କୌଣସି ତ୍ରୁଟି ନାହିଁ। ଆବେଦନକାରୀଙ୍କ ଅପିଲକୁ ସୁପ୍ରିମକୋର୍ଟ ଖାରଜ କରିଦେବା ସହିତ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe